www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର: ଷଷ୍ଠ ଦିନରେ ୬୦ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗତକାଲି ପବିତ୍ର କ୍ରାନ୍ତି ଦିବସ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଗତ ୯ ତାରିଖ ଠାରୁ ଅରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ ‘ ଜୀବନ ବିନ୍ଦୁ ’ ଷଷ୍ଠ ଦିବସରେ ପହଞ୍ଚିଛି। ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ, ଦେବଗଡ ଜିଲା ଶାଖା ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଦେବଗଡ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ ଓ ବିଜେଡି ଜିଲା ନିର୍ବାଚନ ଅଧିକାରୀ କାମାକ୍ଷା ଗଙ୍ଗଦେବଙ୍କ ସଂଯୋଜନାରେ ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରର ଷଷ୍ଠ ଦିବସରେ ଆଜି ୬୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଜଣାପଡିଛି। ଆଜିର ଶିବିରର ମୂଖ୍ୟ ଅତିଥି ଭାବେ ବିଜେଡିର ଦେବଗଡ ଜିଲା ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବୁର୍ଲା ଏନ.ଏ.ସି.ର ପୂର୍ଭତନ ଉପାଧ୍ୟକ୍ଷ ନାରାୟଣ ପତି, ଦେବଗଡ ଜିଲା ପରିଷଦ ସଦସ୍ୟା ନିଶାନୀ ବେହେରା, ଜିଲା ବିଜେଡି କୃଷକ ସେଲ ସଭାପତି ଇଂ.ଚିତ୍ତରଞ୍ଜନ ପ୍ରଧାନ, ବିଜେଡି ରାଜ୍ୟ ପରିଷଦ ସଦ୍ୟ ଇଂ.ସୁଜିତ କୁମାର ପ୍ରଧାନ ଓ ବରିଷ୍ଠ ଆଇନଜୀବୀ ମାଧବ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆୟୋଜକ ଓ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ଚାରା ଉପହାର ଦେଇ ଏଗୁଡିକୁ ରୋପଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ଆଜି ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଅମିତ ମହାପାତ୍ର ଓ ଡାକ୍ତର ଆର.ମାରାଣ୍ଡିଙ୍କ ନେତୃତ୍ୱରେ ବୁର୍ଲାର ଲ୍ୟାବରେଟୋରୀ ଟେକନିସିଆନ ତୁଷାରକାନ୍ତ ସାହୁ , ଦେବଗଡ ଜିଲା ରକ୍ତ ଭଣ୍ଡାରର ଲ୍ୟାବରେଟୋରୀ ଟେକନିସିଆନ ଗୋପାଳ କୃଷ୍ନ ସାହୁ,ମଦନ ମୋହନ ସାହୁ ,ଆଲୋକ କୁମାର ମହାପାତ୍ର ଓ ଲୋକ ସମ୍ପର୍କ ଅଧିକାରୀ ମଳୟ ବେହେରା ରକ୍ତ ସଂଗ୍ରହ କରିଥିବାବେଳେ ଶିବିର ଆୟୋଜନରେ ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ ଓ ରିଆମାଳ ବ୍ଲକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା, ଦେବଗଡ ବନ ବିଭାଗ କର୍ମଚାରୀ ଭୋଳେଶ୍ୱର ସାହୁ ଓ ସୀମା ପ୍ରଧାନଙ୍କ ସମେତ ବାରକୋଟ ବ୍ଲକ ଅଶନନାଳୀ ସ୍ଥିତ ବୃନ୍ଦାବନ କ୍ଲବର ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଜିଲା ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ରଖିବା ପାଇଁ ସ୍ଥାନାଭାବ ରହିଥିବାରୁ ଆଜି ପ୍ରଥମ ଥର ପାଇଁ ୬୦ ୟୁନିଟ ରକ୍ତ ବୁର୍ଲା ଭୀମସାର(ବଡ ଡାକ୍ତରଖାନା)କୁ ପଠାଯାଇଛି। ଏ ସମ୍ପର୍କରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଇଂ.ପ୍ରଧାନଙ୍କ ମତାମତ ଲୋଡିବାରୁ ଦେବଗଡ ଜିଲାର ବହୁ ରୋଗୀ ବିଭିନ୍ନ ସମୟରେ ବୁର୍ଲା ଭୀମସାର ଉପରେ ଚିକିତ୍ସିତ ହେବାସହ ରକ୍ତର ସୁବିଧା ମଧ୍ୟ ପାଇଥାନ୍ତି। ଏଣୁ ଏହାଦ୍ୱାରା ଦେବଗଡ ଜିଲା ସମେତ ବିଭିନ୍ନ ଜିଲାର ରୋଗୀ ମାନେ ସୁବିଧାରେ ରକ୍ତ ପାଇପାରିବେ ବୋଲି ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ଦେବଗଡରେ ଅଧିକ ୟୁନିଟ ରକ୍ତ ଗଚ୍ଛିତ ରଖିବାର ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଅଲୋଚନା କରିବେ ବୋଲି ଇଂ. ପ୍ରଧାନ ପ୍ରକାଶ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories