www.samajalive.in
Tuesday, December 9, 2025
15.1 C
Bhubaneswar

ସମାଧି ନେଲେ ପ୍ରସିଦ୍ଧ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ; ଚନ୍ଦ୍ରଗିରି ପର୍ବତରେ କଲେ ଦେହତ୍ୟାଗ

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଦେହତ୍ୟାଗ କରିଛନ୍ତି।  ଶନିବାର ବିଳମ୍ବିତ ରାତିରେ ଛତିଶଗଡ଼ ଡୋଙ୍ଗରଗଡ଼ର ଚନ୍ଦ୍ରଗିରିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ବିଦ୍ୟାସାଗର ମହାରାଜ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।

ସୂଚନା ଅନୁସାରେ, ୭୭ ବର୍ଷୀୟ ବିଦ୍ୟାସାଗର ମହାରାଜ ଅନ୍ନଜଳ ତ୍ୟାଗ କରିବା ସହିତ ମଉନବ୍ରତ ଅବଲମ୍ବନ କରି ସମାଧିରେ ବସିବାର ୩ ଦିନ ପରେ ରାତି ପ୍ରାୟ ୨.୩୫ରେ ପରଲୋକ ଗମନ କରିଛନ୍ତି। ରବିବାର ଦ୍ବିପ୍ରହର ସମୟରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

- Advertisement -

କିଛି ମାସ ପୂର୍ବେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋଙ୍ଗରଗଡ଼ରେ ପହଞ୍ଚି ଜୈନ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ସାକ୍ଷାତ କରିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଜୈନ ସମ୍ପ୍ରଦାୟର ପ୍ରମୁଖ ଧର୍ମଗୁରୁମାନଙ୍କ ମଧ୍ୟରୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଅନ୍ୟତମ। ୧୯୪୬ ମସିହା ଅକ୍ଟୋବର ୧୦ ତାରିଖ ଶରଦ ପୂର୍ଣ୍ଣିମା ଦିନ କର୍ଣ୍ଣାଟକର ସଡ଼ଲଗା ଗାଁ’ରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଆଚାର୍ଯ୍ୟ ଜ୍ଞାନସାଗରଙ୍କ ଶିଷ୍ୟ। ଆଚାର୍ଯ୍ୟ ଜ୍ଞାନସାଗର ସମାଧି ନେବା ବେଳେ ଆଚାର୍ଯ୍ୟ ପଦବୀକୁ ମୁନି ବିଦ୍ୟାସାଗରଙ୍କୁ ହସ୍ତାନ୍ତର କରିଥିଲେ। ୧୯୭୨ ମସିହା ନଭେମ୍ବର ୨୨ ତାରିଖ ଦିନ ବିଦ୍ୟାସାଗର ମାତ୍ର ୨୬ ବର୍ଷ ବୟସରେ ଆଚାର୍ଯ୍ୟ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories