www.samajalive.in
Friday, December 5, 2025
17.1 C
Bhubaneswar

ଜେଲ ଫେରାନ୍ତା କୁଚିଣ୍ଡା ବିଇଓଙ୍କୁ ଅଫିସରେ ସମ୍ବର୍ଦ୍ଧନା,ଫଟୋ ଭାଇରାଲ

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କ ବେଆଇନ ଅର୍ଥ ସଂଗ୍ରହ କରିବା, ସରକାରୀ ତହବିଲରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରେଇବା ଓ ବିଭିନ୍ନ ଅନଧିକାର କାର୍ଯ୍ୟକରି ବିବାଦୀୟ ହେବା ପରେ ଭିଜିଲାନ୍ସର ଦ୍ୱାରା ଗିରଫ ହୋଇ ୧୧ ଦିନ ଜେଲ ହାଜତ ରହିଥିଲେ ମଧ୍ୟ ନିଲମ୍ବନ ନହୋଇ ପୁଣି ତାଙ୍କ କାର୍ଯ୍ୟକାଳର ଶେଷ ଦୁଇ ଦିନ ବେଆଇନ ଭାବେ କାର୍ଯ୍ୟକରିବା ଓ ବିଭାଗରେ କାର୍ଯ୍ୟରତ ଅଧିକାରୀ ,କର୍ମଚାରୀ ଏବଂ ଶିକ୍ଷକ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିକ୍ଷା ବିଭାଗରେ ଚାଲିଥିବା ଗୁମର ସାଧାରଣ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏତେ ବଡ ସାଂଘାତିକ ଘଟଣାକୁ ଜିଲା ପ୍ରଶାସନ ଓ ରାଜ୍ୟ ଶିକ୍ଷା ବିଭାଗ ଜାଣିଥିଲେ ମଧ୍ୟ କିପରି ସୁଯୋଗ ଦେଇ ପୁନଃ ବେଆଇନ କାର୍ଯ୍ୟ କରିବାକୁ ସୁଯୋଗ ଦେଲେ ସାଧାରଣରେ ଚକିତ କରିଛି।

କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଗତ ପ୍ରାୟ ଦେଢବର୍ଷ ମଧ୍ୟରେ ଦେଢକୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ବେଆଇନ କାରବାର ହୋଇଥିବା ଗୁରୁତର ଅଭିଯୋଗ ହୋଇଛି। କୁଚିଣ୍ଡାରେ ବିଇଓ ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ କାର୍ଯ୍ୟକାଳରେ ଜାଲ କାଗଜାତ କାରି ପ୍ରାୟ ୧୮ଜଣ ଶିକ୍ଷକଙ୍କ ଗ୍ରେଡପେକୁ ୨୮୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏପରିକି ଶିକ୍ଷା ବିଭାଗ ଓ ଅର୍ଥ ବିଭାଗର ବିନା ଅନୁମୋଦନରେ ସେ ୧୮ଜଣ ଶିକ୍ଷକଙ୍କୁ ପ୍ରାୟ ୬୦ ଲକ୍ଷ ଟଙ୍କା ଅରିଅର ଆକାରରେ ପ୍ରଦାନ କରିଥିବା ଗୁରୁତର ଅଭିଯୋଗ ହୋଇଥିଲା। ତାଙ୍କ ୧୮ମାସର କାର୍ଯ୍ୟକାଳରେ ସେ ବେଆଇନ ଭାବେ ଜିଲାପାଳ, ଜିଲା ଶିକ୍ଷାଅଧିକାରୀଙ୍କ ଅଜାଣତରେ ନିଜେ ପ୍ରାୟ ୫୦ଜଣଙ୍କୁ ବେଆଇନ ବଦଳୀ କରିବା ସହ ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଅସୁଲ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ବେଆଇନ ଓ ଅନଧିକାର କାର୍ଯ୍ୟ କରି ଖେଳ ସାମଗ୍ରୀ କ୍ରୟ କରେଇବା, ସ୍କୁଲ ଡ୍ରେସ କ୍ରୟ ଏବଂ ବିତରଣ, ଅଗ୍ନିନିର୍ବାପକ ଯନ୍ତ୍ର କ୍ରୟ କରି ସାଂଘାତିକ କାର୍ଯ୍ୟ କରି ବିବାଦୀୟ ହୋଇପଡିଥିଲେ। ତାଙ୍କ ବିରୋଧରେ ବିରୋଧ କରୁଥିବା ବା ଆପତ୍ତି ଉଠେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାନା ଧମକ ଚମକ ଦେବା ଏବଂ ତାଙ୍କ ବିରୋଧେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଟଙ୍କା ପ୍ରତିବଦଳରେ ପୁଣି ସ୍ୱଭାବିକ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। କ୍ରମାଗତ ବିବାଦୀୟ କାର୍ଯ୍ୟ କରୁଥିବା ବେଳେ ଗତ ଜୁଲାଇ ମାସ ୧୦ତାରିଖ ଦିନ ଶ୍ରୀ ନାଏକ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏପରିକି ସେ ୧୧ଦିନ ଜେଲ ହାଜତରେ ରହିବା ପରେ ୨୧ତାରିଖ ଦିନ ଜାମିନରେ ଆସିଥିଲେ। ମାତ୍ର ସେ ଜୁଲାଇ ୩୦ତାରିଖ ଦିନ ପୁଣି କାର୍ଯ୍ୟରେ ଯୋଗ ଦେଇ ୩୧ତାରିଖ ଦିନ ଅବସର ନେଇଥିଲେ। ତେବେ ଶେଷ ଦିନ କୁଚିଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ତାଙ୍କ ଅବସରକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏଥିରେ ଏବିଇଓ ଗୌରାଙ୍ଗ କୁସୁମ, ଏବିଇଓ ପ୍ରଫୁଲ୍ଲ ଚନ୍ଦ୍ର ଦଣ୍ଡସେନା, କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଂଜିତ ବରିହା ସମେତ କିରାଣୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ସଭାରେ ତାଙ୍କୁ ଅବସର ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏପରିକି ଉକ୍ତ ଦିନ ଶ୍ରୀ ନାଏକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ କୁସୁମଙ୍କୁ ସେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ତେବେ ଏହି କାର୍ଯ୍ୟକ୍ରମର ଫଟୋ ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିକ୍ଷା ବିଭାଗର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି। ଜଣେ ସରକାରୀ କର୍ମଚାରୀ ୪୮ଘଣ୍ଟା ଜେଲରେ ରହିଲେ ସ୍ୱଭାବିକ ଭାବେ ନିଲମ୍ବନ ହେଉଥିବା ସହ ଅଫିସରରେ କାର୍ଯ୍ୟ କରିବାରୁ ନିବୃତ୍ତ ରଖାଯାଇଥାଏ। ମାତ୍ର ବିଇଓ ଶ୍ରୀ ନାଏକଙ୍କ କ୍ଷେତ୍ରରେ ଏହାର ପାଳନ ହେବା ପରିବର୍ତ୍ତେ ତାଙ୍କୁ ଏପର୍ଯ୍ୟନ୍ତ ନିଲମ୍ବନ କରାନଯିବା ଓ ତାଙ୍କୁ ତାଙ୍କ କାର୍ଯ୍ୟକାଳର ଶେଷ ଦୁଇ ଦିନ କାର୍ଯ୍ୟ କରିବାକୁ ସୁଯୋଗ ଦେବାରୁ ଉଚ୍ଚକର୍ତ୍ଥୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ନାନା ସଂଦେହ ହୋଇଛି। ଶୀ ନାଏକଙ୍କ କାର୍ଯ୍ୟକାଳରେ ବହୁ ଅଭିଯୋଗ ଜିଲା ପ୍ରଶାସନ, ଉପଖଣ୍ଡ ୍ରପଶାସନ ଏବଂ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଯିବା ଯୋଗୁଁ ପର ମୁହୁର୍ତ୍ତରେ ତାଙ୍କ ନିର୍ଯ୍ୟାତନା ବୃଦ୍ଧି ପାଇଥିବା ଗୁରୁତର ଲିଖିତ ଅଭିଯୋଗ ହୋଇଥିଲା। ଏସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ହୋଇଥିବା ବେଳେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାହିଁନଥିବା କ୍ଷତି ହୋଇଥିବା ଅଭିଯୋଗ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories