www.samajalive.in
Friday, December 5, 2025
27.1 C
Bhubaneswar

ମେଣ୍ଟ୍ରିରେ ୨୩ ଜଣ ଅଯୋଧ୍ୟା ଯାଇଥିବା କରସେବକଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର: ଜିଲା ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରିରେ ୨୩ ଜଣ କରସେବକଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଗତ ୧୯୯୨ ମସିହାରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ କରସେବା କରିବାକୁ ଯାଇଥିଲେ। ସେମାନଙ୍କର ଅବଦାନକୁ ସ୍ମରଣକରି ସମ୍ମାନୀତ କରାଯାଇଥିଲା।

ଏଥିରେ ବିଜେପି ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଯୁବନେତା ଗୈାରୀଶଙ୍କର ମାଝୀ, ଜିଲା ପରିଷଦ ସଭ୍ୟା ବେବି ମାଝୀ, ସରପଞ୍ଚ ଅନୁସ୍ରୂା ଭତରା, ନାଏବ ସରପଞ୍ଚ ମୀନ ସାହୁ,ସମିତିସଭ୍ୟ ଟିକି ମାଝୀ,ଶିବ ଶଙ୍କର ବିଷୋୟୀ ଓ ଜାନକି କାନ୍ତ ବିଷୋୟୀ ପ୍ରମୂଖ ଉପସ୍ଥିତ ରହିଥିଲେ। ମେଣ୍ଟ୍ରି ଗ୍ରାମର ସ୍ୱର୍ଗତ ମୋହନ ମାଝୀଙ୍କର ପରିବାର, ସ୍ୱର୍ଗତ କୃତ୍ତିବାସ ବିଷୋୟୀ, ସ୍ୱର୍ଗତ ତୁଳାରାମ ମାଝୀ, ସ୍ୱର୍ଗତ ଗୁପ୍ତେଶ୍ୱର ସାହୁ, ସ୍ୱର୍ଗତ ରାମେଶ୍ୱର ବିଷୋୟୀ, ହିର୍ଲାଗୁଡାର ସ୍ୱର୍ଗତ ଉମେଶ ଚନ୍ଦ୍ର ବିଷୋୟୀ, ଅଞ୍ଚଳଗୁମାର ସ୍ୱର୍ଗତ ଶ୍ରୀକାନ୍ତ ବିଷୋୟୀ, ଚରାମୂଳାର ସ୍ୱର୍ଗତ ଜି,ଡିଲେଶ୍ୱରାରାଓ ଙ୍କର ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ମେଣ୍ଟ୍ରିର ମହେଶ୍ୱର ବିଷୋୟୀ, ଜଗଦିଶ ଚନ୍ଦ୍ର ବିଷୋୟୀ,ଥବିର ବିଷୋୟୀ, ନରସିଂ ବେହେରା, କମଳଲୋଚନ ମାଝୀ, ହେମଧର ପୂଜାରୀ, ପ୍ରଫୁଲମାଝୀ, ଶ୍ୟାମଘନ ବିଷୋୟୀ, ତ୍ରିଲୋଚନା ସାହୁ,ଭୀମ ସେନ ସାହୁ, କେଦାର ଚରଣ ବିଷୋୟୀ, , ନିରଞନ ବିଷୋୟୀ, ମନ ସାହୁ, ହିର୍ଲାଗୁଡାର ଦନାର ବିଷୋୟୀ ଓ ଚିତ୍ରକୋଟର ରାହାସ ବିହାରୀ ବିଷୋୟୀ ପ୍ରମୂଖଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇଥିଲା।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories