www.samajalive.in
Friday, December 5, 2025
27.1 C
Bhubaneswar

ମଦ ବନ୍ଦ ପାଇଁ ଅଣ୍ଟାଭିଡିଲେ ଡ଼କେଡ଼ି ଅଞ୍ଚଳବାସୀ

ଫୁଲବାଣୀ(ଜି.ଉଦୟଗିରି) : କରୋନା ମହାମାରି ଯୋଗୁଁ ଗରୀବ ଆହୁରି ଅଧିକରୁ ଅଧିକ ଗରିବ ହୋଇଗଲାଣି। ଲୋକଙ୍କୁ କାମଧନ୍ଦା ମଧ୍ୟ ଠିକ୍‍ ଭାବେ ମିଳିପାରୁନାହିଁ। ଫେରିଥିବା ପ୍ରବାସୀ ମାନେ ମଧ୍ୟ ଚିନ୍ତାଗ୍ରସ୍ତ ହୋଇ ବସିଛନ୍ତି। ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଗାଁ ଗାଁରେ ଚୋରରେ ଚାଲିଛି ବ୍ୟାପକ ଦେଶୀ ମଦକାରବାର। ବିଶେଷ କରି ବୟସ୍କ ମାନଙ୍କ ପରି ଯୁବଗୋଷ୍ଠି ମଧ୍ୟ ଏହି ନିଶାକୁ ସେବନ କରି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଶାନ୍ତିକର ବାତାବରଣ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଡ଼କେଡ଼ି ଅଞ୍ଚଳବାସୀ ଏକଜୁଟ୍‍ ହୋଇ ଚୋରା ମଦକାରବାର ବନ୍ଦ କରିବା ପାଇଁ ନେଇଛନ୍ତି ବଜ୍ର ଶପଥ। ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମାଆମାନେ ଏକଜୁଟ୍‍ ହୋଇ ଏହି ମଦକାବର ବନ୍ଦ କରିବା ପାଇଁ ଆରମ୍ଭ କରିଛନ୍ତି ଅଭିଯାନ। ମହୁଲି ମଦ ରାନ୍ଧିବା କିମ୍ବା ବିକ୍ରି କରିବା ନଜରକୁ ଆସିଲେ ସିଧାସଳଖ ଥାନାରେ ଜଣାଇବା ସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସରପଂଚ ପ୍ରତିଶୃତି ଦେଇଛନ୍ତି। ଏଥିରେ ବହୁ ବୁଦ୍ଧଜୀବି , ଯୁବଗୋଷ୍ଠି ମଧ୍ୟ ସାମିଲ୍‍ ହୋଇଛନ୍ତି। ଏନେଇ ଗ୍ରାମରେ ଡ଼ିଣ୍ଡିରା ବଜାଇ ସମସ୍ତ ଗାଁ ଗାଁରେ ସେଚତନ କରିବା ଓ ପରବର୍ତ୍ତି ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିବା ସରପଂଚ ଶ୍ରୀମତି ବନ୍ଦିନୀ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories