www.samajalive.in
Saturday, December 6, 2025
23.1 C
Bhubaneswar

ରାସରସିକପୁର ଶିବିରରେ ୮୫ ଜଣଙ୍କ ସ୍ୱାବ୍‍ ସଂଗୃହିତ

ଆଠଗଡ: ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲ ପରିସରରେ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଶିବିରରେ ବୁଧବାର ୮୫ଜଣଙ୍କର ସ୍ୱାବ୍‍ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷଣ ପାଇଁ ପଠାଯାଇଥିବା ଜଣାପଡିଛି। ଗତ ୩ଦିନ ପୂର୍ବରୁ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ୫ଜଣ କର୍ମଚାରୀଙ୍କ ସମେତ ଆଠଗଡ ସହରର ମୋଟ ୯ ଜଣଙ୍କର କରୋନା ପଜିଟିଭ ବାହାରିବା ପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆସିଥିବା ଏବଂ ଉପଜିଲ୍ଲାପାଳ ଓ ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ସମେତ ନିଜ ଘରେ ପୃଥକ ବାସରେ ଥିବା ମୋଟ ୮୫ଜଣଙ୍କର ସ୍ୱାବ୍‍ ନମୁନା ସଂଗ୍ରହ କରାଯାଇଥିଲା। ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଡାକ୍ତର ଦେବଦଳନ ସେଠୀ ଓ ଡାକ୍ତରଖାନା ପରିଚାଳକ ପୂଜାଲିନ ରାଉତଙ୍କ ପରିଚାଳନରେ ଅନୁଷ୍ଠିତ ଏହି ସ୍ୱାବ୍‍ ସଂଗ୍ରହ ଶିବିରରେ ତାଲିମପ୍ରାପ୍ତ ଲାବୋରାଟୋରୀ ଟେକ୍ନିସିଆନ ସୁକାନ୍ତ କୁମାର ସେଠୀ ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ ସ୍ୱାବ୍‍ ସଂଗ୍ରହ କରିଥିଲେ।

ଏଥିରେ ଆଠଗଡ ଏନଏସିର ଅଧିକାରୀ ଓ କର୍ମଚାରୀ, ଡାକ୍ତରଖାନାର ଷ୍ଟାପନର୍ସ ସ୍ମୃତିରେଖା ବିହାରୀ, ପ୍ରକାଶ କୁମାର ପଲାଇ, ସନ୍ତୋଷ କୁମାର ସାହୁ, ସୁଶାନ୍ତ କୁମାର ନାୟକ ଏବଂ ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ସହଯୋଗ କରିଥିଲେ।
ସୂଚନା ଯୋଗ୍ୟ ମଙ୍ଗଳବାର ଆଠଗଡ ଡାକ୍ତରଖାନାରେ ଯେଉଁ ୩୫ଜଣଙ୍କର କରୋନା ଆଣ୍ଟିଜେନ ପରୀକ୍ଷା ପାଇଁ ସ୍ୱାବ୍‍ ସଂଗ୍ରହ କରାଯାଇଥିବା ପରୀକ୍ଷା ପରେ ସମସ୍ତ ସ୍ୱାବ୍‍ ରିପୋର୍ଟ ନେଗେଟିଭ୍‍ ଥିବା ଆଠଗଡ ଡାକ୍ତରଖାନା ଅଧିକ୍ଷକଙ୍କ ସୁତ୍ରରୁ ପ୍ରକାଶ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories