ଭୋପାଳ: ୧୪ ଜଣ କଏଦୀଙ୍କୁ ଜେଲ୍ରୁ ମୁକ୍ତ କରି ସ୍ୱାଭାବିକ ଜୀବନ ଜୀଇଁବାର ଅଧିକାର ପ୍ରଦାନ କରିବାକୁ ଯାଉଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର ଆୟୂଷ। ଇନ୍ଦୋର ଜେଲ୍ର ୧୨ ଜଣ ଓ ଭୋପାଳ ଜେଲ୍ର ୨ ଜଣ କଏଦୀଙ୍କ ଦଣ୍ଡାଦେଶ ଅବଧି ସରିବା ପରେ ମଧ୍ୟ ଜରିମାନା ବାବଦ ଅର୍ଥ ପୈଠ କରିପାରି ନଥିବାରୁ ସେମାନେ ଜେଲ୍ ଭିତରେ ଜୀବନ କାଟୁଛନ୍ତି। ତେଣୁ ସେମାନଙ୍କ ମୋଟ ଜୋରିମାନା ବାବଦ ଅର୍ଥ ୨୭, ୮୫୦ ଟଙ୍କା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପୈଠ କରି ସେମାନଙ୍କୁ ମୁକୁଳାଇବାକୁ ଯାଉଛନ୍ତି ଆୟୂଷ।
୧୪ ବର୍ଷରେ ପଦାର୍ପଣ କରିଥିବା ଆୟୂଷ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଏହି ମହତ୍ କାର୍ଯ୍ୟ ପାଇଁ ଯୋଜନା କରିଛନ୍ତି। ଆୟୂଷଙ୍କୁ ୨୦୧୬ରେ ଜାତୀୟ ଶିଶୁ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।
ପ୍ରଥମେ ଆତଙ୍କବାଦୀଙ୍କ ସହିତ ମୁକାବିଲାରେ ସହିଦ ହୋଇଥିବା ଜଣେ ଜେଲ୍ କନଷ୍ଟେବଳଙ୍କ ଝିଅର ବାହାଘର ପାଇଁ ସେ ୧୦ ହଜାର ଟଙ୍କା ସହାୟତା ଦେବାକୁ ଚିନ୍ତା କରିଥିଲେ। କିନ୍ତୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସେଥିପାଇଁ ସହାୟତା କରିସାରଥିବା ଜଣାପଡ଼ିବା ପରେ କଏଦୀଙ୍କୁ ମୁକୁଳାଇବାକୁ ଚେଷ୍ଟା କରିବାକୁ ଆୟୂଷଙ୍କ ମାଆ ତଥା ପୁଲିସ ଆଇଜି ତାଙ୍କୁ ଉପଦେଶ ଦେଇଥିଲେ। ଗତ ଜାନୁଆରୀ ମାସରେ ସେ ଚାରିଜଣ କଏଦୀଙ୍କୁ ଜରିମାନା ବାଦଦ ଅର୍ଥ ପୈଠ କରି ମୁକୁଳାଇବା ପରେ ସେମାନଙ୍କ ଆନନ୍ଦର ସୀମା ନଥିଲା ବୋଲି କହିଛନ୍ତି ଆୟୂଷ। ଏହାପରେ ଆୟୂଷ ସେଭଳି ଅନ୍ୟ କଏଦୀଙ୍କୁ ମୁକୁଳାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
୧୪ କଏଦୀଙ୍କୁ ମୁକୁଳାଇବେ ୧୦ମ ଛାତ୍ର, କାହିଁକି?
Popular Categories



