କେନ୍ଦୁଝର: ଏକ ଗଣ ଦୁଷ୍କର୍ମ ମାମଲାରେ ୩ ଜଣଙ୍କ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିଛି। ସେମାନେ ଦୋଷୀ ସାବ୍ୟସ୍ତ ହେଲେ ସମସ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଏଡିଜେ କୋର୍ଟ। ଦୋଷୀ ପରମେଶ୍ବର ନାୟକ, ଜିତୁ ନାୟକ, ପବିତ୍ର ନାୟକଙ୍କୁ ଜେଲ ଦଣ୍ଡାଦେଶ ମିଳିଛି। ସୂଚନାଯୋଗ୍ୟ, ୨୦୧୭ ଜୁନରେ ରାସ୍ତାରୁ ଉଠାଇ ନେଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ତିନି ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ
Popular Categories



