www.samajalive.in
Monday, December 15, 2025
26.1 C
Bhubaneswar

ପୂର୍ବ ବିଧାୟକଙ୍କ ପରି ପେନସନ ଦାବି କଲେ ଜଗଦୀପ ଧନଖର; ରାଜସ୍ଥାନ ବିଧାନସଭାରେ ଆବେଦନ

ସମାଜ ଡିଜିଟାଲ ଡେସ୍କ:  ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ହାଇଲାଇଟ୍ସରେ ଥିବା ଜଗଦୀପ ଧନଖର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୂଚନା ମିଳିଛି ଯେ ଜଗଦୀପ ଧନଖର ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି । ସେ ୧୯୯୩ମସିହାରେ କଂଗ୍ରେସ ଟିକେଟରେ ଆଜମେରର କିଶନଗଡ ବିଧାନସଭା ଆସନରୁ ବିଧାୟକ ଥିଲେ । ତେଣୁ ଏବେ ସେ ପେନସନ ପାଇଁ ଆବେଦନ କରିଛନ୍ତି ।
ଜଗଦୀପ ଧନଖର ୧୯୮୯-୯୧ ମଧ୍ୟରେ ରାଜସ୍ଥାନର ଝୁନଝୁନ(ଲୋକସଭା ନିର୍ବାଚନମଣ୍ଡଳୀ)ରୁ ୯ମ ଲୋକସଭାରେ ଜନତା ଦଳ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୩ ମସିହାରେ କିଶନଗଡରୁ ଦଶମ ବିଧାନସଭାର ସଦସ୍ୟ ମଧ୍ୟ ଥିଲେ । ଏହା ସହିତ ଜଗଦୀପ ଚନ୍ଦ୍ରଶେଖରଙ୍କ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଜୁଲାଇ ୨୦ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।
ନିୟମ ଅନୁସାରେ ଜଗଦୀପ ଧନଖରଙ୍କୁ ରାଜସ୍ଥାନ ବିଧାନସଭାରୁ ପେନସନ ମିଳିବା ଉଚିତ । ଏପରି ପରିସ୍ଥିତିରେ ସେ ପେନସନ ପାଇଁ ଆବେଦନ କରିଛନ୍ତି । ରାଜସ୍ଥାନ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ ଧନଖରଙ୍କ ପେନସନ ସମ୍ପର୍କିତ ଆବେଦନକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଆବେଦନ ଉପରେ ପ୍ରକ୍ରିୟା ଚାଲିଛି ।
ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ଜଗଦୀପ ଧନଖରଙ୍କୁ ରାଜସ୍ଥାନ ବିଧାନସଭାରୁ ପ୍ରାୟ ୪୨ହଜାର ଟଙ୍କା ମାସିକ ପେନସନ ମିଳିବ । ରାଜସ୍ଥାନରେ ନେତାମାନଙ୍କ ପାଇଁ ଦୁଇ ଗୁଣ ଏବଂ ତିନିଗୁଣ ପେନସନର ବ୍ୟବସ୍ଥା ରହିଛି । ଏହାର ଅର୍ଥ ହେଉଛି ଯେ ଯଦି ଜଣେ ବ୍ୟକ୍ତି ସାଂସଦ ଏବଂ ବିଧାୟକ ଉଭୟ ହୋଇଥିବେ, ତେବେ ତାଙ୍କୁ ଦୁଇଟି ପେନସନ ମିଳିବ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories