ସୋମାଲିକା ଦାସଙ୍କୁ କୋର୍ଟଙ୍କ ନୋଟିସ୍‍, ୨୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

ଜଗତସିଂହପୁର: ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାସଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‍ ହୋଇଛି । ୨୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଜଗତସିଂହପୁର ଏସଡିଜେଏମ୍‍ କୋର୍ଟ । କୋର୍ଟରେ ହାଜର ହୋଇ ପୁଲିସର ଶେଷ ରିପୋର୍ଟ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋମାଲିକା ଦାସ ଥାନାରେ ପୂର୍ବରୁ ବିଧାୟକଙ୍କ ନାଁରେ ଅଭିଯୋଗ କରିଥିଲେ । ସୋମାଲିକା କହିଥିଲେ ଯେ ଝିଅଙ୍କ ଅନୈତିକ କାରବାର ବିଧାୟକ କରୁଛନ୍ତି । ହେଲେ ପୁଲିସ କୋର୍ଟରେ ଦାଖଲ କରିଥିବା ଫାଇନାଲ ରିପୋର୍ଟରେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗରେ କୌଣସି ସତ୍ୟତା ନଥିବା ଦର୍ଶାଇଥିଲା ।

Comments are closed.