www.samajalive.in
Saturday, December 6, 2025
23.1 C
Bhubaneswar

ମହାଶିବରାତ୍ରୀ ଅବସରରେ ଦେବଗିରି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ 

କଲ୍ୟାଣସିଂହପୁର: କରୋନା କଟକଣା ପାଇଁ ଦୁଇବର୍ଷ ହେବ ମହାଦେବଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ଚଳିତ ବର୍ଷ ଭାବବିହ୍ବଳ ହୋଇ ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟଟି ହେଉଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଅବସ୍ଥିତ ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠ। ଏହି ପାହାଡ଼ରେ ଅବସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ମନ୍ଦିରରେ ଆଜି ମହାଶିବରାତ୍ରୀ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିରହିଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ହେବ ଭକ୍ତମାନେ ଦେବଗିରି ଆସିପାରି ନଥିବାରୁ ଚଳିତ ବର୍ଷ ସାମାନ୍ୟ ନିୟମ କୋହଳ କରାଯାଇଥିବାରୁ ଆନ୍ଧ୍ର ପ୍ରଦେଶ, ଓଡିଶାର ବିଭିନ୍ନ ଅଞ୍ଚଳର କୋଣ ଅନୁକୋଣରୁ ପ୍ରବଳ ମାତ୍ରାରେ ଭକ୍ତମାନେ ଆସି ୫୪୫ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରିଛନ୍ତି।

ଶିବରାତ୍ରି ଅବସରରେ ପାହାନ୍ତିଆ ତିନି ଘଣ୍ଟାଠାରୁ ଦେବଗିରି ପାହାଡ଼ରେ ଭକ୍ତମାନେ ପୂଜାର୍ଚ୍ଚନା କରିବା ପାଇଁ ଲମ୍ବା ଧାଡିରେ ଠିଆ ହୋଇ ଶିବଦର୍ଶନ କରିଥିଲେ।ମାନସିକ ଧାରୀମାନେ ନିଜ ନିଜ ପିଲାଙ୍କ ମୁଣ୍ଡ ଲଣ୍ଡା କରିଥିଲେ। ପାହାଡ଼ ଉପରେ ଥିବା ଗୋଟିଏ ଉଣା କୋଟିଏ କୁଣ୍ଡ, ଧୋବା ଧୋବୁଣି କୁଣ୍ଡର ମନଲୋଭ ଦୃଶ୍ୟ ଦେଖି ଆନନ୍ଦ ଅନୁଭବ କରିଥିଲେ । ଏହି ଅବସରରେ ଦେବଗିରି ପରିଚାଳନା କମିଟିର ସଭାପତି ବି ୱାରା ପ୍ରସାଦ ରାଓ, ଉପସଭାପତି ସୁନ୍ଦରାଓ ବାଗ, ସମସ୍ତ ସଦସ୍ୟ, କ୍ରାନ୍ତିକାରୀ ଆଶ୍ରମର ବାବା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। କମିଟି ତରଫରୁ ଥଣ୍ଡା ପାଣି, ଅର୍ଣ୍ଣ, ପ୍ରସାଦ ଆସୁଥିବା ଭକ୍ତଙ୍କୁ ବଣ୍ଟନ କରିଥିଲେ। ରାତ୍ର ସମୟରେ ହରିହର ଭେଟ ପରେ ମହାଦୀପ ଲଗାଯାଇଥାଏ । ଏହି ମହାଦୀପ ଓ ହରିହାର ଭେଟ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗୁମ୍ଫା ସମ୍ମୁଖରେ ସକାଳଠାରୁ ଭୋଜନ କୀର୍ତ୍ତନ କରାଯାଇଛି । ପ୍ରଶାସନ ପକ୍ଷରୁ ପାହାଡ଼ ତଳଠାରୁ ମନ୍ଦିର ଭିତର ପର୍ଯ୍ୟନ୍ତ ଆଲୋକ, ସ୍ଥାନେ ସ୍ଥାନେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ଓ ସିଆରପିଏଫ ଯବାନମାନଙ୍କୁ ମୁତୟନ କରାଯାଇଛି। ଏଥିରେ ଥାନା ଅଧିକାରୀ ସୁକୁମା ହଂସୁଦା, ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ବି କ୍ରିଷ୍ଣା ରାଓ, ବିଡ଼ିଓ ସୁଧାକର ରଇତ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories