ୟୁକ୍ରେନରୁ ଭାରତୀୟମାନଙ୍କ ସୁରକ୍ଷିତ ଆଣିବା ଲାଗି ଚାଲିଥିବା ‘ଅଭିଯାନ ଗଙ୍ଗା’କୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନାକୁ ସାମିଲ ହେବାକୁ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଅତି କମ ସମୟ ମଧ୍ୟରେ ବାୟୁସେନାର ବ୍ୟବହାର କରି ଉଦ୍ଧାର କାର୍ଯ୍ୟ କରାଯାଇ ପାରିବ। ଏହାଛଡା ମାନବିକ ସହାୟତାକୁ ଅଧିକ ଦକ୍ଷତାର ସହିତ ବିତରଣ କରିବାରେ ମଧ୍ୟ ବାୟୁସେନା ସାହାଯ୍ୟ କରିବ। ଆଜିଠାରୁ ଅଭିଯାନ ଗଙ୍ଗାର ଅଂଶ ଭାବରେ ଭାରତୀୟ ବାୟୁସେନା ଅନେକ ସି-୧୭ ବିମାନ ନିୟୋଜିତ କରିବାର ସମ୍ଭାବନା ରହିଛି।
Popular Categories



