www.samajalive.in
Saturday, December 6, 2025
23.1 C
Bhubaneswar

ଅତୁଟ ବିଶ୍ବାସ ରଖି ଜିତାଇଥିବାରୁ ଧନ୍ୟବାଦ: ନବୀନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ଏହାକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିଜୟୀ ଦଳୀୟ ପ୍ରାର୍ଥୀ ଓ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ନିଜ ଟ୍ବିଟରରେ ଲେଖିଛନ୍ତି, ‘‘ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା’’।

- Advertisement -

ସୂଚନାଯୋଗ୍ୟ, ଏଯାବତ୍ ଘୋଷିତ ୮୪୫ ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ବିଜେଡି ୭୫୯ ଜୋନରେ ବିଜୟୀ ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories