www.samajalive.in
Friday, December 5, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରାରେ ଭକ୍ତଙ୍କୁ ପାନୀୟଜଳ ମନା!

ଆରଡି : ବାବା ଆଖଣ୍ଡଳମଣିଙ୍କ ଚଳିତ ଜାଗରଯାତ୍ରା(ମହାଶିବରାତ୍ରି) ଆସନ୍ତା ମାର୍ଚ୍ଚ ୪ରେ ପାଳିତ ହେବ। ବିଶେଷକରି ଚଳିତ ଜାଗରଯାତ୍ରା ସୋମବାର ପଡୁଥିବାରୁ ମଣିବାବାଙ୍କ ପ୍ରସିଦ୍ଧ ମହାଦୀପ ଓ ସୁନାବେଶ ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଏପରିକି ଜାଗରଯାତ୍ରାରେ ଉଜାଗର ରହି ଅଗଣିତ ମାନସିକଧାରୀ ଭକ୍ତ ଜାଗର ଜାଳିବେ। ଲକ୍ଷାଧିକ ଭକ୍ତମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମାଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ୪ତାରିଖରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମନ୍ଦିର ପ୍ରଶାସନ, ଜିଲାର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଏପରିକି ମଣିବାବାଙ୍କ ଜାଗରଯାତ୍ରାକୁ ସୁଚାର ରୂପେ ପାଳନ ନିମନ୍ତେ ସମସ୍ତଙ୍କ ସହେଯାଗ କାମନା କରାଯାଇଛି। ଏହା ସହିତ ଲକ୍ଷାଧିକ ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ପୀଠରେ ପାନୀୟଜଳ, ପରିମଳ, ସ୍ୱାସ୍ଥ୍ୟ, ଆଲୋକ ଉପରେ ଗୁରୁତ୍ୱାରୋପ କରାଯିବ। ଅକାମୀ ହୋଇ ପଡିଥିବା ପାନୀୟଜଳ ପ୍ରକଳ୍ପ, ନଳକୂପ, ଅସ୍ଥାୟୀ ଶୈାଚାଳୟ ନିର୍ମାଣ, ଭକ୍ତମାନଙ୍କ ପାନୀୟଜଳ ନିମନ୍ତେ ଅତିରିକ୍ତ ପାନୀୟଜଳ ବ୍ୟବସ୍ଥା ସହିତ ପାଣିପାଉଚ ଯୋଗାଣ ଆଦି ଯାତ୍ରାର ୧୦ଦିନ ପୂର୍ବରୁ ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ହେଲେ ପରିମଳ ବିଭାଗର ବିଚିତ୍ର ବୟାନ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ଚକିତ କରିଦେଇଥିଲା। ଦୀର୍ଘବର୍ଷ ହେବ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ପର୍ବପର୍ବାଣୀରେ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟବରାଦ କରୁଥିବାରୁ ଚଳିତବର୍ଷ ଜାଗରଯାତ୍ରା ପାଇଁ ଅର୍ଥର ଅବାବ ଦେଖା ଦେଇଛି। ଏପରିକି ପ୍ରସ୍ତୁତ ବୈଠକ ଆଲୋଚନାରେ ଜାଗରଯାତ୍ରାରେ କୈାଣସି ବ୍ୟବସ୍ଥା କରିବେ ନାହିଁ ବୋଲି ବିଭାଗୀୟ ଏସଡିଓ ସିଧାସଳଖ ଭାବେ ମନା କରିଦେଇଥିବା ମନ୍ଦିର ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories