www.samajalive.in
Friday, December 5, 2025
26.1 C
Bhubaneswar

ଭାଇରାଲ ହେଉଥିବା ଭିଡିଓ ପୁଲୱାମା ଆତଙ୍କବାଦୀ ଆକ୍ରମଣର ନୁହେଁ

ନୂଆଦିଲ୍ଲୀ: ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଗୁଡିକରେ ଭାଇରାଲ ହେଉଥିବା ଭିଡିଓ ପୁଲୱାମା ଆତଙ୍କବାଦୀ ଆକ୍ରମଣର ନୁହେଁ ବୋଲି ଜଣାପଡିଛି । ଫେବୃଆରୀ ୧୨ ତାରିଖରେ ସିରିଆ-ତୁର୍କୀ ସୀମାରେ ହୋଇଥିବା ଏକ କାର ବୋମା ବିସ୍ଫୋରଣର ଭିଡିଓକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଭିଡିଓ ଭାବରେ ଭାଇରାଲ କରାଯାଉଛି । ଫେସବୁକ, ଟ୍ୱିଟର ଏବଂ ହ୍ୱାଟ୍ସ ଆପ ମାଧ୍ୟମରେ ଏକ ୯ ସେକେଣ୍ଡର ଭିଡିଓ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହେବାର ଦେଖାଯାଉଛି ଏବଂ ପରେ ସବୁଆଡେ ଧୁଆଁମୟ ହୋଇଯାଉଛି । ’ଇଣ୍ଡିଆନ ଆର୍ମି ଗ୍ରୁପ’ ନାମକ ଫେସବୁକ ପେଜରେ ଭାଇରାଲ କରାଯାଇଥିବା ଭିଡିଓରେ ଲେଖାଯାଇଛି…ପୁଲୱାମା ଆତଙ୍କବାଦୀ ଆକ୍ରମଣର ସିସିଟିଭି ଭିଡିଓ । ଭିଡିଓଟିର ସତ୍ୟତା ଜାଣିବା ପାଇଁ ଇଣ୍ଟେଲ ଟେକନିକ ସାହାଯ୍ୟରେ ରିଭର୍ସ ସର୍ଚ୍ଚ ପରୀକ୍ଷା କରାଯାଇଥିଲା ଏବଂ ଏହା ପୁଲୱାମା ଆତଙ୍କବାଦୀ ଆକ୍ରମଣର ନୁହେଁ ବୋଲି ଜଣା ପଡିଥିଲା ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories