କାଶ୍ମୀର : ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ରାଜୌରୀର ନୌସେରା ସେକ୍ଟରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ରାଜୌରୀର ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣରେ ସେନାର ଜଣେ ଅଫିସର ସହିଦ ହୋଇଛନ୍ତି । ଅଫିସର ଜଣଙ୍କ ବୋମାକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରୁଥିବା ବେଳେ ଏଲଓସି ପାଖରେ ଏହି ବିସ୍ଫୋରଣ ଘଟିଛି।
ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୧.୫ କିଲୋମିଟର ଲାମରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ମେଜର ସହିଦ ହେବା ସହିତ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।
ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ସହିଦଙ୍କୁ ସାରା ଦେଶ ଶେଷ ସମ୍ମାନ ଜଣାଉଥିବା ବେଳେ ଏଭଳି ଦୁଃଖଦ ଖବର ସମସ୍ତଙ୍କୁ ମ୍ରିୟମାଣ କରିଛି।



