www.samajalive.in
Tuesday, December 9, 2025
26.1 C
Bhubaneswar

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ରାଜ୍ୟରେ ଅଗଷ୍ଟ ୨ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ବିଶାଖାପଟନମ: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ଼ି ଏକ ବଡ଼ ଘୋଷଣା କରିଛନ୍ତି । ଲକ୍ଡ଼ାଉନ ଯେବେ ଖୋଲିଲେ ମଧ୍ୟ ରାଜ୍ୟରେ ସ୍କୁଲଗୁଡ଼ିକ ଅଗଷ୍ଟ ୨ ତାରିଖ ପୂର୍ବରୁ ଖୋଲି ପାରିବ ନାହିଁ । ରାଜ୍ୟର ସ୍କୁଲଗୁଡ଼ିକୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ୩ ତାରିଖରେ ସ୍କୁଲ ଖୋଲିବ  ବୋଲି ସେ କହିଛନ୍ତି ।

ମଙ୍ଗଳବାର ଜଗନ୍ କହିଛନ୍ତି ଯେ କରୋନା ମହାମାରୀ ଏକ ବଡ଼ ସଙ୍କଟ ଭାବରେ ଉଭା ହୋଇଛି । ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ୪ର୍ଥ ପର୍ଯ୍ୟାୟ ଲକଡାଉନ ବେଳେ ରାଜ୍ୟରେ ସବୁ ଦୋକାନ ବଜାର ଖୋଲା ରହିବ ଓ ପବ୍ଲିକ ପରିବହନ ସେବା କାର୍ଯ୍ୟକାରୀ ହେବ। ହେଲେ ସବୁଠାରେ ସାମାଜିକ ଦୂରତାକୁ ପାଳନ କରାଯିବ । ସେହିପରି ରାଜ୍ୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ  ସିନେମା ହଲ, ଧାର୍ମିକ ପ୍ରତିଷ୍ଠାନ, ମଲ ଆଦି ବନ୍ଦ ରହିବ ବୋଲି ସେ କହିଛନ୍ତି।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories