www.samajalive.in
Monday, December 15, 2025
14.1 C
Bhubaneswar

ଡାକ୍ତରଖାନା ପରିସରରେ ବୁଲୁଛି ଜଗା

ଫୁଲବାଣୀ : ଜଗା  ଆଜି ନିଜ କ୍ୟାବିନରୁ ବାହାରି ଡାକ୍ତରଖାନା ଭିତରେ ବୁଲାବୁଲି କରୁଛି। ଆଜି ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ବାପା ଭୂୟାଁଙ୍କ ସାଙ୍ଗରେ ଶିଶୁ ବିଭାଗ ପରିସର ମଧ୍ୟରେ ବୁଲାବୁଲି କରିଥିଲା ଜଗା। ଯେ କୌଣସି ଶିଶୁଙ୍କ ପରି ସେ ଥିଲା ସ୍ୱାଭାବିକ ଚଳ ଚଂଚଳ। ଜଗାକୁ ଦେଖିବା ପାଇଁ ଶିଶୁ ବିଭାଗ ପରିସର ମଧ୍ୟରେ ଲୋକଙ୍କ ଆଗ୍ରହ ପରିଲକ୍ଷିତ ହୋଇଥିବା ବେଳେ ଦେଖେଣାହାରିଙ୍କ ଭିଡ଼ ବେଶ୍ ଜମିଥିବାର ଦେଖାଯାଇଛି। ତେବେ ଏ ନେଇ ଦାୟିତ୍ୱରେ ଥିବା ବରିଷ୍ଟ ଶଲ୍ୟ ବିଶେଷଜ୍ଞ ଡଃ ଚିନାରୀ ନାରାୟଣ ସୁବୁଦ୍ଧିଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଜଗାକୁ ବାହାରେ ବୁଲିବା ପାଇଁ ବାରଣ କରାଯାଇଛି। ବିଶେଷ କରି ଶିଶୁ ୱାର୍ଡର ଶିଡି ଓହ୍ଲାଇବା ପାଇଁ ତାକୁ ମନା କରାଯାଇଛି। ବାହାରେ ସଂକ୍ରମଣ ଭୟ ସହିତ ଜଗାର ସ୍ୱାସ୍ଥ୍ୟ ପ୍ରତି ଅନ୍ୟ ବିପଦ ବି ରହିଛି। ଏନେଇ ଶିଶୁ ବିଭାଗର ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ଯଦି ଏଭିଳି କିଛି ହୋଇଥାଏ ତେବେ ଏନେଇ ପୁଣି ଥରେ ଶିଶୁ ବିଭାଗ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଡ. ସୁବୁଦ୍ଧି କହିଛନ୍ତି।

ସୂଚନାଯୋଗ୍ୟ, ଦୁଇ ବର୍ଷ କଟକ ଏସସିବି ମେଡିକାଲରେ ରହିବା ପରେ ଜଗାକୁ ଗତ ୨୨ ତାରିଖ ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅଣାଯାଇଛି। ତାକୁ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯିବା ସହ ୨୪ ଘଣ୍ଟା ତାର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ ଏକ ମେଡିକାଲ ଟିମ ନିୟୋଜିତ କରାଯାଇଛି। ଆଗକୁ ମୁଣ୍ଡରେ କୃତ୍ରିମ ଖପୁରୀ ପ୍ରତିରୋପଣ ପାଇଁ ପୁଣି ଦିଲ୍ଲୀ ଏମସକୁ ଯିବାକୁ ପଡିବ ଜଗାକୁା ତେବେ ସେ ପର୍ଯ୍ୟନ୍ତ ସେ ଏଠାରେ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories