www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶା ବିଜେପି ପାଇଁ ଆଗକୁ ଅଗ୍ନିପରୀକ୍ଷାର ସମୟ – ଦୁର୍ବାର ଲଢ଼େଇକୁ ଡେଇଁବେ ଧର୍ମେନ୍ଦ୍ର

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ଦବ୍‌ଦବା ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ପାଳିର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ଦଶନ୍ଧି ଧରି କେନ୍ଦ୍ରମନ୍ତ୍ରୀ ଭାବେ ଜାତୀୟ ସ୍ତରରେ ତାଙ୍କର ବିଶ୍ବାସନୀୟତାକୁ ଅତୁଟ ରଖିଛନ୍ତି। କିନ୍ତୁ ଏଇ ଦଶନ୍ଧି ଭିତରେ ସେ ଲୋକସଭାରୁ ସିଧା ନିର୍ବାଚିତ ନହୋଇ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ଆସନରେ ବସିପାରିଛନ୍ତି।

ସେ ମଧ୍ୟ ମଧ୍ୟପ୍ରଦେଶରୁ ଆରମ୍ଭ କରି ଉତ୍ତରପ୍ରଦେଶ ଭଳି ବଡ଼ ବଡ଼ ରାଜ୍ୟର ବିଜେପି ପ୍ରଭାରୀ ଭାବେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି। ତଥାପି ତାଙ୍କ ଭିତରେ ରହିଛି ବିରାଟ ଅବଶୋଷ। ଅନ୍ୟ ରାଜ୍ୟରେ ବେଶ୍ ଦକ୍ଷତା ଦେଖାଇଥିବା ଧର୍ମେନ୍ଦ୍ରଙ୍କୁ ନିଜ ରାଜ୍ୟରେ ସେଭଳି ସଫଳତା ମିଳିନାହିଁ। ଥରେ ବିଧାନସଭା, ଆଉଥରେ ଲୋକସଭାକୁ ମେଣ୍ଟ କାଳରେ ନିର୍ବାଚିତ ଧର୍ମେନ୍ଦ୍ରଙ୍କ ପାଇଁ ଏବେ ଓଡ଼ିଶାରେ ଜିତିବା ଏକ ବଡ଼ ଆହ୍ବାନ। ଓଡ଼ିଶା ବିଜେପି ପାଇଁ ଆଗକୁ ଅଗ୍ନିପରୀକ୍ଷାର ସମୟ। ଏଥିପାଇଁ ଧର୍ମେନ୍ଦ୍ର ପୁରୋଭାଗରେ ରହିବେ। ସେ ୨୦୨୪ରେ ଚରମ ଲଢ଼େଇରେ ଅବତୀର୍ଣ୍ଣ ହେବେ। ଏହା ହେବ ତାଙ୍କ ପାଇଁ ସବୁଠୁ ବଡ଼ ଭାଗ୍ୟ ପରୀକ୍ଷା। ତେଣିକି ଫଳାଫଳ କହିବ କିଏ ହେବ ବାଜିଗର।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories