www.samajalive.in
Saturday, December 6, 2025
15.1 C
Bhubaneswar

ଜର୍ଜିଆ ମେଲୋନିଙ୍କ ସହ ମୋଦୀଙ୍କ ଭିଡ଼ିଓ ଭାଇରାଲ: ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଜି-୭ ବୈଠକରେ ଭାଗ ନେଇ ଭାରତ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ମୋଦୀ ପ୍ରଥମ ଥର ଇଟାଲୀ ଗସ୍ତ କରି ସେଠାରେ ଆୟୋଜିତ ଜି-୭ ବୈଠକରେ ସାମିଲ ହୋଇଥିଲେ। ଏହି ବୈଠକରେ ଯୋଗ ଦେବାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଏଠାରେ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ମଧ୍ୟରେ ଏକ ନିବିଡ ସମ୍ପର୍କ ଥିବା ପରିଲିଖିତ ହୋଇଛି। ଯାହାର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଏଠାରେ କହି ରଖୁଛୁ ଯେ ଜି-୭ସମ୍ମିଳନୀର ଆୟୋଜକ ଥିବା ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ଅନ୍ୟ କୌଣସି ନେତାଙ୍କ ସହ ଏଭଳି ଭିଡ଼ିଓ ନିଜ ଇନଷ୍ଟାଗ୍ରାମ କି ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିନାହାଁନ୍ତି।

- Advertisement -

ଭିଡ଼ିଓରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଖୁବ ଜୋରରେ ହସୁଥିବା ଦେଖିବାକୁ ମିଳିଛି। ଏହାସହିତ ମେଲୋନି କହୁଛନ୍ତି ଯେ ହାଲୋ ମେଲୋଡି, ମେଲୋଡି ଟିମ୍‌‌ ର ସମସ୍ତଙ୍କୁ ନମସ୍କାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓରେ ଖୁବ ଜୋରରେ ହସୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ନେତାଙ୍କୁ ଜର୍ଜିଆ ମେଲୋନି ଉପସ୍ଥିତ ରହି ସ୍ୱାଗତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories