www.samajalive.in
Saturday, December 6, 2025
15.1 C
Bhubaneswar

ଖୋର୍ଦ୍ଧାରୋଡ୍‌‌ ଷ୍ଟେସନ ପ୍ଲାଟଫର୍ମରେ ଅଗ୍ନିକାଣ୍ଡ

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ରୋଡ୍‌‌ ଷ୍ଟେସନ ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନର ୩ ନମ୍ବର ପ୍ଲାଟଫର୍ମରେ ଥିବା ଡାକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନରେ ୩ ନମ୍ବର ପ୍ଲାଟଫର୍ମରେ ଥିବା ଡାକ କାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ରେଲୱେ କର୍ମଚାରୀ ପହଞ୍ଚିଥିଲେ। କାର୍ଯ୍ୟାଳୟ ବନ୍ଦ ଥିବାବେଳେ ଭିତରେ ନିଆଁ ଲାଗିଯାଇଥିବା ଜଣାପଡ଼ିଥିଲା। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାର୍ଯ୍ୟାଳୟରେ ଥିବା ଅନେକ କାଗଜପତ୍ର ଏବଂ ଜିନିଷପତ୍ର ପୋଡ଼ିଯାଇଥିବା ଜଣାପଡ଼ିଛି।

- Advertisement -

ଅନ୍ୟପଟେ ନିଆଁକୁ ଠିକ୍‌‌ ସମୟରେ ଆୟତ୍ତ କରାଯାଇଥିବାରୁ ତାହା ବାହାରକୁ ବ୍ୟାପି ନ ଥିଲା। ଫଳରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories