ସ୍କିଲ୍‌-ଇନ୍‌-ଓଡିଶା ଆଜି ବିଶ୍ୱ ବ୍ରାଣ୍ଡ ଭାବେ ପରିଚିତ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

-ସୁଦକ୍ଷା ଯୋଜନା ଅତ୍ୟନ୍ତ ଫଳପ୍ରଦ
-ଝିଅମାନଙ୍କ ଯୋଗଦାନ ୬ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି
-ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ ଓଡିଶାର ୬ ଗୋଟି ସ୍ଥାନିତ

prayash

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢୀ ବିଭାଗୀୟ ସମୀକ୍ଷା ବୈଠକର ନିର୍ଯ୍ୟାସ ଓ ସଫଳତା ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ।

ଗୀତ ଗୋବିନ୍ଦ ସଦନରେ ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡେଇ କହିଲେ ଯେ ରାଜ୍ୟରେ ବୈଷୟିକ/ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ରାଜ୍ୟର ମାନବ ସମ୍ବଳ ଉପଯୋଗ ପୂର୍ବକ ଦୃଢ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ ନେଇ ୨୦୧୧ ମସିହାରେ ସୃଷ୍ଟି କରାଯାଇଥିବା ବିଭାଗ ଆଜି ବିଶ୍ୱସ୍ତରରେ ପରିଚିତ ହୋଇ ପାରିଛି ।
ଗତ ୪ ବର୍ଷ ମଧ୍ୟରେ ବିଭାଗ, ଦକ୍ଷତା ପ୍ରତିଷ୍ଠାନ ଗୁଡିକରେ ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ନବୀକରଣକୁ ପ୍ରାଥମିକତା ଦେଇଛି। ଆଜି ୨୦,୦୦୦ ପ୍ରାର୍ଥୀ, ୩୪ ଟି ସରକାରୀ ପଲିଟେକ୍‌ନିକ୍ସ, ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର, ୨ ଗୋଟି ପରିଚାଳନା ପ୍ରତିଷ୍ଠାନ, ୫ ଟି ଇଞ୍ଜିନିୟରିଂ କଲେଜ ଏବଂ ୩ ଟି ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ୬୦ ଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଯୁବବର୍ଗଙ୍କୁ ଦକ୍ଷତା ଦେବା ପାଇଁ ପ୍ରତିବଦ୍ଧ । ଦେଶର ୧୦୦ ଟି ସର୍ବଶ୍ରେଷ୍ଠ ଆଇଟିଆଇ ଅନୁଷ୍ଠାନ ମଧ୍ୟରୁ ଓଡିଶାର ୬ ଗୋଟି ଅନୁଷ୍ଠାନ ସ୍ଥାନିତ ହୋଇଛି । ଏଭଳି ଏକ ଦୃଢ ନେଟୱାର୍କ ପାଇଁ ରାଜ୍ୟ ଗର୍ବ ଅନୁଭବ କରିବା ସହିତ ଦେଶରେ ସ୍କିଲ୍‌-ଇନ୍‌-ଓଡିଶାର ମୂଳଦୁଆ ସ୍ଥାପିତ ହୋଇ ପାରିଛି ।
୨୦୧୯-୨୦ ଆର୍ଥିକ ବର୍ଷରେ ବିଭାଗର ବଜେଟ ୭୧୯ କୋଟିରୁ ବୃଦ୍ଧି ପାଇ ୨୦୨୨-୨୩ରେ ୮୧୧.୦୦ କୋଟି ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟରେ ୯୮୬.୨୫ କୋଟି ଟଙ୍କା ଆବଣ୍ଟନ ସହିତ ଏକ ଉତ୍ସାହପ୍ରଦ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଯାହା ୨୧ ପ୍ରତିଶତରୁ ଅଧିକ । ଏହି ଅତିରିକ୍ତ ଆର୍ଥିକ ଆବଣ୍ଟନ ରାଜ୍ୟରେ ଦକ୍ଷତା ହାସଲ କ୍ଷେତ୍ରରେ ଏକ ଚମକ ସୃଷ୍ଟି କରିବ ।
ଆଇଟିଆଇରେ ଝିଅମାନଙ୍କର ନାମଲେଖାକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିବା ସୁଦକ୍ଷା ଯୋଜନା, ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଶିଳ୍ପ ତାଲିମ କେନ୍ଦ୍ରମାନଙ୍କରେ ଛାତ୍ରୀମାନଙ୍କ ଯୋଗଦାନ ୨୦୧୬-୧୭ ରେ ୬ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ବୃଦ୍ଧି ପାଇ ୨୨.୫ ପ୍ରତିଶତରେ ପହଞ୍ଚିଛି । ଏହି ସଫଳତା ଉପରେ ଆଧାର କରି ବିଭାଗ ପଲିଟେକ୍‌ନିକ୍‌ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଛାତ୍ରୀମାନଙ୍କୁ ସୁଦକ୍ଷା ଯୋଜନାରେ ନାମ ଲେଖାଇବାକୁ ନିଷ୍ପତ୍ତି ନେଇଛି । ଆବାସିକ ସୁବିଧା ପ୍ରଦାନର
ଗୁରୁତ୍ୱପୂର୍ଣ ଆବଶ୍ୟକତାକୁ ସ୍ୱୀକାର କରି ୪୯ଟି ସରକାରୀ ଆଇଟିଆଇ ଏବଂ ୩୩ଟି ସରକାରୀ ପଲିଟେକ୍‌ନିକରେ ହଷ୍ଟେଲ ଯୋଗାଇ ଦିଆ ସାରିଥିବାବେଳେ ଅବଶିଷ୍ଟାଂଶରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।
୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ର ଉଦ୍‌ଘାଟନ ସହିତ ଦକ୍ଷତା ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । WSC ରାଜ୍ୟର ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ ଛାତ୍ରମାନଙ୍କ ପାଇଁ ଏକ ମେଗା ଫିନିସିଂ ସ୍କୁଲ୍‌ ଯାହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ITEES ସ୍କିଲ୍‌ ଯୋଗ୍ୟତା (ISQ), ପ୍ରମାଣପତ୍ର ପ୍ରଦାନ କରେ । WSC ମଧ୍ୟ ଆମର ପ୍ରଶିକ୍ଷକଙ୍କ ଦକ୍ଷତା ବିକାଶ, ଛାତ୍ରମାନଙ୍କୁ ଜୀବନ-କୌଶଳ ତାଲିମ ପ୍ରଦାନ ଏବଂ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ଅନୁଷ୍ଠାନ ସହ
ସହଭାଗୀତା ପାଇଁ ଏକ କେନ୍ଦ୍ର ପାଲଟିଛି ।
ବୈଷୟିକ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, ଡାଟା ଆନାଲିଟିକ୍ସ, ଗଣନା, ଅକ୍ଷୟ ଶକ୍ତି ଏବଂ ବୈଦ୍ୟୁତିକ ଯାନ ପରି ୧୬ ରୁ ଅଧିକ ଉତ୍କର୍ଷ କେନ୍ଦ୍ର ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରା ଯାଇଛି । ଓଡିଶା ସ୍କିଲ୍‌ କନକ୍ଲେଭ ୨୦୨୩ ସମୟରେ, ଦେଶ ବାହାର ଓ ଭିତର ଅନୁଷ୍ଠାନଗୁଡ଼ିକ ସହିତ ୨୪ ରୁ ଅଧିକ ବୁଝାମଣା ପତ୍ର ସ୍ୱାକ୍ଷରିତ କରି ଏକ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ଭାବରେ ସ୍କିଲ୍‌-ଇନ୍‌-ଓଡିଶାକୁ ପୁନଃ ପ୍ରମାଣିତ କରିଛି ।
ଟେକ୍ନୋଲୋଜି ଚାଳିତ କୌଶଳର ଗୁରୁତ୍ୱକୁ ସ୍ୱୀକାର କରି ବିଭାଗ ଆଇଟିଆଇରେ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌, ଡ୍ରୋନ୍‌ ଟେକ୍ନିସିଆନ୍‌, ଡ୍ରୋନ୍‌ ପାଇଲଟ୍‌, ସ୍ମାର୍ଟ ଏଗ୍ରିକଲ୍‌ଚର, ମେକାଟ୍ରୋନିକ୍ସ ଏବଂ ସ୍ମାର୍ଟ ସିଟି ସୋଲାର ଟେକ୍ନିସ ଭଳି ନୂତନ ଯୁଗର ବ୍ୟବସାୟ ଆରମ୍ଭ କରିଛି । ଆଇଟିଆଇ, ପଲିଟେକ୍‌ନିକ୍ସ, ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକର ଛାତ୍ର ଏବଂ ଅଧ୍ୟାପିକାମାନଙ୍କ ମଧ୍ୟରେ ଡିଜିଟାଲ୍‌ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିଷ୍ଠିତ ଶିଳ୍ପ ସହ ସହଭାଗିତା କରି ୩୦,୦୦୦ ରୁ ଅଧିକ ଛାତ୍ର ଏବଂ ୩୦୦ ଅଧ୍ୟାପିକାଙ୍କ ପ୍ରଶିକ୍ଷଣକୁ ସହଜ କରିଛି ।
ଭବିଷ୍ୟତର କୌଶଳ ଏବଂ ନୂତନ ଯୁଗର ପାଠ୍ୟକ୍ରମରେ ଦକ୍ଷତା ପ୍ରଦାନ ପାଇଁ ଓଡିଶା ବଜେଟ୍‌ ୨୦୨୩-୨୪ ରେ ନୂତନ ଉନ୍ନତ ଅଭିଳାଷ (କ୍ତUଅ) ଯୋଜନାରେ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । କ୍ଲାଉଡ୍‌ କମ୍ପ୍ୟଟିଂ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ୍‌ ରିଅଲିଟି-ଭର୍ଚୁଆଲ୍‌ ରିଅଲିଟି, ଡାଟା ସାଇନ୍ସ ଏବଂ ୩ଉ ପ୍ରିଣ୍ଟିଙ୍ଗ୍‌ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଏହି ସ୍କିମ୍‌ ଲକ୍ଷ୍ୟ ରଖିଛି । ବିଭାଗର ନିରନ୍ତର ଉଦ୍ୟମ ସ୍କିଲ୍‌-ଇନ୍‌-ଓଡିଶାକୁ ଏକ ବିଶ୍ୱ ବ୍ରାଣ୍ଡ ଭାବରେ ପରିଚିତ କରିଛି । ଓଡିଶାର କୁଶଳୀ ଯୁବକମାନେ ଜାତୀୟ ତଥା ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ରାଜ୍ୟର ସମ୍ମାନ ଆଣିଛନ୍ତି ।
ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଅନ୍ତର୍ଭୂକ୍ତି ତଥା ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ଦକ୍ଷତା ବିକାଶ ବିଭାଗ ପ୍ରତିଶୃତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଥିଲେ। ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଯୋଜନାୱାରୀ ବିଭାଗର ସମୀକ୍ଷା କରିବା ସହ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.