www.samajalive.in
Thursday, December 11, 2025
14.1 C
Bhubaneswar

ଚନ୍ଦ୍ରର ଅତି ନିକଟରେ ଚନ୍ଦ୍ରଯାନ-୨, ମଙ୍ଗଳବାର ଦିନ କକ୍ଷରେ କରିବ ପ୍ରବେଶ

ନୂଆଦିଲ୍ଲୀ : ଜୁଲାଇ ୨୨ରେ ଇସ୍ରୋ ଲଞ୍ଚ କରିଥିବା ଚନ୍ଦ୍ରଯାନ-୨ ଚଳିତ ସପ୍ତାହ ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ଚନ୍ଦ୍ର କକ୍ଷରେ ପ୍ରବେଶ କରିବ। ଗତ ଅଗଷ୍ଟ ୧୪ରେ ଚନ୍ଦ୍ରଯାନକୁ ପ୍ରଦକ୍ଷେଣ ପଥରେ ଅବସ୍ଥାପିତ କରାଯାଇଥିଲା। ବର୍ତ୍ତମାନ ଚନ୍ଦ୍ରଯାନର ତରଳ ଇନ୍ଧନ ଥିବା ଇଞ୍ଜନକୁ ବ୍ୟବହାର କରି ଚନ୍ଦ୍ର କକ୍ଷରେ ପ୍ରବେଶ କରାଯିବ। ଟେଲିମେଟ୍ରିଂ, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ ଅପରେସନ କମ୍ପଲେକ୍ସ୍ ଦ୍ୱାରା ଚନ୍ଦ୍ରଯାନ-୨ ଉପରେ ଇସ୍ରୋ ନଜର ରଖିଛି । ଏଥିପାଇଁ ବାଙ୍ଗାଲୋରରେ ଥିବା ଡିପ୍ ସ୍ପେସ ନେଟୱର୍କର ମଧ୍ୟ ସହଯୋଗ ନିଆଯାଇଛି।

ଚନ୍ଦ୍ରଯାନ-୨ ହେଉଛି ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ। ଯାହା ଦକ୍ଷିଣ ପ୍ରାନ୍ତରେ ତଦାରଖ କରିବା ସହ ଏସମ୍ପର୍କିତ ତଥ୍ୟ ପ୍ରଦାନ କରିବ। ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ପରେ ସେପ୍ଟେମ୍ବର ୨ ତାରିଖରେ ଲ୍ୟାଣ୍ଡର ଓ ବିକ୍ରମକୁ ସେଠାରେ ଅବସ୍ଥାପିତ କରିବ। ଏହାପରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରକୁ ଦୁଇଥର ପରିକ୍ରମା କରିବା ପରେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ବୋଲି ​‌ ଇସ୍ରୋ ପକ୍ଷରୁ କୁହାଯାଇଛି।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories