www.samajalive.in
Saturday, December 6, 2025
23.1 C
Bhubaneswar

ଇସ୍ରୋ ସଫଳତାରେ ଯୋଡି ହେଲା ନୂଆ ଫର୍ଦ୍ଦ, ଉତକ୍ଷେପଣ ହେଲା ଇଓଏସ-୧ ଉପଗ୍ରହ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ଆଜି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୧କୁ ସଫଳତାର ସହ ଉତକ୍ଷେପଣ କରିଛି। ଏଥିରେ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆଜି ଅପରାହ୍ନ ୩ଟା ୨ ମିନିଟରେ ଉତକ୍ଷେପଣ ହେବାର ଥିଲା କିନ୍ତୁ ୯ ମିନିଟ୍ ବିଳମ୍ବରେ ଅପରାହ୍ନ ୩ଟା ୧୧ ମିନିଟରେ ଉତକ୍ଷେପଣ କରାଯାଇଥିଲା।

ଏହି ଉପଗ୍ରହଗୁଡିକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଉତକ୍ଷେପଣ ଯାନ ପିଏସଏଲଭି-ସି୪୯ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା। ଏହା ପିଏସଏଲଭି-ସି୪୯ ଉତକ୍ଷେପଣ ଯାନର ୫୧ତମ ମିଶନ। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହୃତ ହେବ। ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହିତ ବାଣିଜ୍ୟିକ ଚୁକ୍ତିନାମା ଅନୁଯାୟୀ ଅନ୍ୟ ଦେଶର ୯ଟି ଉପଗ୍ରହ ଉତକ୍ଷେପଣ କରାଯାଇଛି ବୋଲି ସଂଗଠନ କହିଛି।

- Advertisement -

ସର୍ବଶେଷ ସୂଚନା ଅନୁଯାୟୀ, ଇଓଏସ-୧ ସଫଳତାର ସହିତ ଚତୁର୍ଥ ପର୍ଯ୍ୟାୟରୁ କକ୍ଷପଥକୁ ଗତି କରିଛି। ଅନ୍ୟ ୯ଟି ବିଦେଶୀ ଉପଗ୍ରହକୁ ମଧ୍ୟ ଅଲଗା କରି ନିର୍ଦ୍ଦିଷ୍ଟ କକ୍ଷପଥରେ ପଠାଯାଇଛି। କରୋନା ମହାମାରୀ ସଙ୍କଟ ମଧ୍ୟରେ ଚଳିତ ବର୍ଷ ଇସ୍ରୋର ଏହା ପ୍ରଥମ ଅଭିଯାନ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories