www.samajalive.in
Saturday, December 6, 2025
26.1 C
Bhubaneswar

ରୋଗାକ୍ରାନ୍ତ ସଂଯୁକ୍ତାଙ୍କୁ ବ୍ଲକ ପ୍ରଶାସନର ସହାୟତା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ପଂଚାୟତ ଅର୍ନ୍ତଗତ ବସନ୍ତବାହାଲ ଗ୍ରାମର ରୋଗାକ୍ରାନ୍ତ ସଂଯୁକ୍ତା ନାଏକଙ୍କ ପାଖରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ ପଂହଚି ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ତିନିମାସ ପାଇଁ ଡାଲି, ଚାଉଳ, ତେଲ, ସୋୟାବିନ ଭଳି ଶୁଖିଲା ଖାଦ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ବି.ଡି.ଓ ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ସହିତ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକାଶ ଥାଉ କି, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ସଂଯୁକ୍ତାଙ୍କ ପେଟ ଅସ୍ୱାଭାବିକ ଭାବେ ବଢୁଥିଲା।ଫଳରେ ପେଟଯନ୍ତ୍ରଣାରେ ସେ ଦୀର୍ଘ ଦିନ ହେଲା ଛଟପଟ ହେଉଥିଲେ।ବୌଦ୍ଧ ଜିଲ୍ଲାପ୍ରଶାସନ ଏବଂ ସ୍ୱେଛାସେବୀ ଅନୁଷ୍ଠାନ ସହାୟତାରେ ତାଙ୍କୁ ପ୍ରଥମେ ବୌଦ୍ଧ ଏବଂ ପରେ ବୁର୍ଲା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ କିଛିଦିନ ତଳେ ବୁର୍ଲା ମେଡିକାଲରେ ସଫଳ ଅସ୍ତ୍ରାପଚାର କରାଯାଇ ପେଟରୁ ୨୦ଲିଟର ପାଣି କଢାଯାଇଥିଲା।ସେ ଗତ କିଛିଦନି ହେଲା ଘରକୁ ଫେରିଥିଲେ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ଅସହାୟ ଭାବେ ଦିନକାଟୁଥିବା ସଂଯୁକ୍ତାଙ୍କ ପାଖରେ ବିଧବା ମା’ ଛଡା ତାଙ୍କର ଆଉ କେହି ନାହାଁନ୍ତି।ଏଭଳି ଜଣେ ଅସହାୟ ମହିଳାଙ୍କ ନିକଟରେ ବି.ଡି.ଓ ପଂହଚି ତାଙ୍କୁ ସହାୟତା ପ୍ରଦାନ କରି ନିଜର ମାନବିକତାର ପରିଚୟ ପ୍ରଦାନ କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories