www.samajalive.in
Saturday, December 6, 2025
26.1 C
Bhubaneswar

ଚିନ୍ତା ବଢାଉଛି ଖୋର୍ଦ୍ଧା : ୩ ଲକ୍ଷ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ​​‌ ମଧ୍ୟ ଏହା ୩ ଲକ୍ଷ ଅତିକ୍ରମ କରିଛି। ଶନିବାର ଆଉ ୧୩୧୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦ରେ ପହଞ୍ଚିଛି। ତେବେ ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣ କ୍ଷେତ୍ରରେ ଦିନକୁ ଦିନ ​ରେକର୍ଡ ସୃଷ୍ଟି କରୁଛି। ପ୍ରଶାସନ ପାଇଁ ଚିନ୍ତା ବଢାଉଥିବା ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୫୦ ହଜାରର ନିକଟତର ହୋଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୭୪୩କୁ ବୃଦ୍ଧି ପାଇଛି।
ସେହିପରି ଅନ୍ୟାନ୍ୟ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କଲେ ୨ୟ ସ୍ଥାନରେ ରହିଛି କଟକ ଜିଲ୍ଲା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୬୪୫ରେ ପହଞ୍ଚିଛି। ୩ୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୩୬୩। ସେହିପରି ପୁରୀ ଜିଲ୍ଲାରେ ୧୨,୯୧୦, ସୁନ୍ଦରଗଡ ଜିଲ୍ଲାରେ ୧୧,୬୮୨ ମୟୁରଭଞ୍ଜ ୧୧,୯୦୭, ଯାଜପୁରରେ ୧୧,୧୦୨ ଓ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୭୮ରେ ପହଞ୍ଛିଛି।

ସେହିପରି ବରଗଡରେ ୯,୦୭୪,  ଅନୁଗୁଳରେ ୮,୬୧୨, ସମ୍ବଲପୁରରେ ୮,୨୧୯, ରାୟଗଡାରେ ୮,୧୬୨, ଜଗତସିଂହପୁରରେ ୭,୯୯୨, କେନ୍ଦ୍ରାପଡାରୁ ୭,୯୮୩, ଷ୍ଟେଟ୍ ପୁଲରୁ ୭,୬୮୪, କୋରାପୁଟରୁ ୭,୫୪୦ ଓ ବଲାଙ୍ଗିରରୁ ୭,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରୁ ୬,୯୦୭, କେନ୍ଦୁଝରରୁ ୬,୭୦୮, ଝାରସୁଗୁଡାରୁ ୬,୬୦୯, ନୟାଗଡରୁ ୬,୧୭୭,  ନୂଆପଡାରୁ ୬,୧୧୨  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ତେବେ କନ୍ଧମାଳରୁ ୫,୭୪୮, ନବରଙ୍ଗପୁରରୁ ୫,୪୬୧, କଳାହାଣ୍ଡିରୁ ୫,୪୪୨, ଢେଙ୍କାନାଳରୁ ୫,୨୯୩, ମାଲକାନଗିରିରୁ ୫,୦୨୧, ସୁବର୍ଣପୁରରୁ ୪,୫୩୭, ଗଜପତିରୁ ୩,୮୮୪, ବୌଦ୍ଧରୁ ୨,୬୩୨ ଓ  ଦେବଗଡରୁ ୧,୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories