www.samajalive.in
Saturday, December 6, 2025
23.1 C
Bhubaneswar

ଇସ୍ରୋକୁ ବଡ ସଫଳତା: ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ବଡ ସଫଳତା ମିଳିଛି । ଇସ୍ରୋ ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିର ସଫଳ ପରୀକ୍ଷଣ କରିବାରେ ବଡ ଉପଲବ୍ଧି ହାସଲ କରିଛି । ଏହି ଯାନର ନାଁ ‘ପୁଷ୍ପକ’ ରଖାଯାଇଛି । ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶୁକ୍ରବାର ସକାଳ ୭ଟା ୧୦ମିନିଟରେ କର୍ଣ୍ଣାଟକର ଚିତ୍ରଦୁର୍ଗର ଏରୋନଟିକାଲ୍‌ ଟେଷ୍ଟ ରେଞ୍ଜର ରନୱେରେ ପୁଷ୍ପକ ସଫଳତା ପୂର୍ବକ ଅବତରଣ କରିଛି । ଗତ ବର୍ଷ ଇସ୍ରୋ ପରୀକ୍ଷଣ ସମୟରେ ବାୟୁସେନାର ଚିନୁକ୍‌ ହେଲିକପ୍ଟରରୁ ସାଢେ ୪ କିଲୋମିଟର ଉପରୁ ଆରଏଲଭିକୁ ଛାଡି ଦେଇଥିଲା । ପୁଷ୍ପକ ଯାନକୁ ଇସ୍ରୋ ବିକଶିତ କରିଛି । ଏଥିରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରୋଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ପୂର୍ବ ପରୀକ୍ଷଣ ଅପେକ୍ଷା ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍‌ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି । ଅବତରଣ ସମୟରେ ଏହା ଅଧିକ ଓଜନ ବହନ କରିପାରିବ ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories