www.samajalive.in
Monday, December 15, 2025
15.1 C
Bhubaneswar

ଚୀନ୍‌କୁ ଚୋରାରେ କ୍ରୁଜ୍‌ ମିସାଇଲ୍‌ ଦେଉଥିଲେ ଇସ୍ରାଏଲ୍‌ର ୩ କମ୍ପାନୀ – ଭାରତର ବଢିଲା ଚିନ୍ତା

ନୂଆଦିଲ୍ଲୀ – ଚୀନ୍‌ର ଏହାର ପଡୋଶୀ ଦେଶମାନଙ୍କ ସହ ସୀମା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବାରତ ସହ ଭୁଟାନ୍‌ , ଜାପାନ ଏବଂ ଅନ୍ୟ ଦେଶମାନଙ୍କ ସହ ଚୀନ୍‌ର ବିବାଦ ଲାଗି ରହିଛି । ଏହା ଭିତରେ ଇସ୍ରାଏଲ୍‌ର ତିନୋଟି କମ୍ପାନୀ ଚୀନ୍‌କୁ କ୍ଷେପଣାସ୍ତ୍ର ଯୋଗାଇ ଦେଉଛନ୍ତି । ଏଥିପାଇଁ ଇସ୍ରାଏଲ୍‌ରେତିନୋଟି କମ୍ପାନୀ ଏବଂ ୧୦ ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯାଇଛି । ଏହି ଅଭିଯୁକ୍ତମାନେ ଚୀନ୍‌ ସରକାରଙ୍କ ବିନ ଅନୁମତିରେ ଚୀନ୍‌କୁ କ୍ରୁଜ୍‌ କ୍ଷେପଣାସ୍ତ୍ର ରପ୍ତାନୀ କରୁଥିଲେ । ଏହା ଭାରତ ସହ ଜାପାନର ଚିନ୍ତା ବଢାଇଛି ।

ଦକ୍ଷିଣ ଚୀନ୍ ସାଗର ସହ ଲଦାଖରେ ଚୀନ୍‌ର ଦାଦାଗିରି ବୃଦ୍ଧି ପାଇବାରେ ଲାଗିଛି ।ଏହି ସମୟରେ ଚୀନ୍‌କୁ ଇସ୍ରାଏଲ୍‌ର ଏହି ତିନି କମ୍ପାନୀ ଲୁଚାଚୋରାରେ କ୍ରୁଜ୍‌ କ୍ଷେପଣାସ୍ତ୍ର ଯୋଗାଇ ଦେବା ଅନେକଙ୍କୁ ଚକିତ କରିଛି । ଇସ୍ରାଏଲ୍‌ର ସରକାରୀ ଓକିଲହ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏହି ଅଭିଯୁକ୍ତମାନଙ୍କ ନାମରେ ସୁରକ୍ଷା ଅପରାଧ, ଆଗ୍ନାୟାସ୍ତ୍ରର ଚୋରା ଚାଲାଣ ଅଭିଯୋଗରେ ମାମଲା ଦାୟର କରାଯାଇଛି । ମିସାଇଲ୍‌ ନିର୍ମାତା କମ୍ପାନୀ ସୋଲାର ସ୍କାଏର ମାଲିକ ତଥା ଏଥିରେ ସାମିଲ ଅନ୍ୟ ଅଭିଯୁକ୍ତମାନଙ୍କୁ ସେଠାକାର ଗୁଇନ୍ଦା ବିଭାଗ ଗିରଫ କରିଛି ।

- Advertisement -

ଏହି ଅଭିଯୁକ୍ତମାନେ ଚୀନ୍‌ କମ୍ପାନୀକୁ କ୍ରୁଜ୍‌ ମିସାଇଲ୍‌ ଯୋଗାଇଦେଉଥିଲେ । ଏହି ଚୀନ୍‌ କମ୍ପାନୀ ଚିନ୍‌ର ସେନାକୁ ଅସଶସ୍ତ୍ର ଯୋଗାଇ ଦିଏ । ଏହାର ଚୁକ୍ତିରେ ଜଣେ ସୁରକ୍ଷା ପରାମର୍ଶଦାତୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସୂଚନା ମିଳିଛି । ଏହି କମ୍ପାନୀ ମିସାଇଲ୍‌ ସହ ସୁରକ୍ଷା ବା ଗୁଇନ୍ଦା ଡ୍ରୋନ ତିଆରି କରିଥାଏ । ଏହି ଅଭିଯୁକ୍ତମାନେ କ୍ରୁଜ୍‌ ମିସାଇଲ୍ ତିଆରି କରିବା ପରେ ଇସ୍ରାଇଲ୍‌ରେ ତାହାକୁ ପରୀକ୍ଷଣ କରିଥିଲେ । ଚୀନ୍‌ରୁ ଏହି ଲୋକମାନଙ୍କୁ ମିସାଇଲ୍‌ ତିଆରି ପାଇଁ ନିର୍ଦେଶ ମିଳିଥିଲା । ଚୀନ୍‌ରୁ ଅର୍ଥ ରାଶି ସହ ଏହି ବ୍ୟକ୍ତିମାନଙ୍କୁ ଅନ୍ୟ ସୁବିଧା ଯୋଗାଇ ଦିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories