www.samajalive.in
Sunday, December 14, 2025
19.1 C
Bhubaneswar

ଆଉ ଏକ ଯୁଦ୍ଧ ଆଶଙ୍କା, ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ

ସମାଜ ଡିଜିଟାଲ ଡେସ୍କ: ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ଇରାନ ପ୍ରତିଆକ୍ରମଣ କଲେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି।

ଗୁରୁବାର ବିଳମ୍ବିତ ରାତିରେ ଇରାନର ରାଜଧାନୀ ତେହେରାନ ସହର ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଛି। ଇରାନର ସରକାରୀ ଗଣମାଧ୍ୟମ ଆକ୍ରମଣ ନେଇ ସ୍ପଷ୍ଟ କରିଛି।

- Advertisement -

ଇରାନର ଆଣବିକ ଏବଂ ସାମରିକ କେନ୍ଦ୍ରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତିରେ କହିଛନ୍ତି। ଇରାନର ଆଣବିକ କାର୍ଯ୍ୟକ୍ରମ ଇସ୍ରାଏଲ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ଏହା ବିରୋଧରେ ଇସ୍ରାଏଲ ‘ଅପରେସନ ରାଇଜିଂ’ ଆରମ୍ଭ କରିଥିବା ନେତାନ୍ୟାହୁ କହିଛନ୍ତି। ମିଶନ ଶେଷ ନ ହେବା ପର୍ଯ୍ୟନ୍ତ ଅପରେସନ ଜାରି ରହିବ ବୋଲି ସେ କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories