www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରିଟିଶ୍ ଡ଼୍ରୋନ୍ ଧ୍ଵଂସକଲା ୬ ଆଇଏସଆଇଏସ ବଙ୍କର; ୧୪୦୦ ଆତଙ୍କବାଦୀଙ୍କ ମୃତ୍ୟୁ ସୂଚନା

ଲଣ୍ଡନ: ଶନିବାର ବ୍ରିଟିଶ ବିମାନ ବାହିନୀ ସିରିଆରେ ଧ୍ଵଂସ କରିଛି ଆଇଏସଆଇଏସର ୬ଟ ବଙ୍କର । ଏହି ବଙ୍କରରେ ଛପିଥିବା ୧୪୦୦ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ବ୍ରିଟିଶ ରୟାର ଏୟାର ଫୋର୍ସ ଦାବି କରିଛି । ଡ଼୍ରୋନ ଆକ୍ରମଣ କରି ବ୍ରିଟିଶ ବାୟୁ ସେନା ଇରାକ ଓ ସିରିଆରେ ଘଟାଇଥିବା ଏହି ଆକ୍ରମଣର ଭିଡ଼ିଓ ମଧ୍ୟ ଜାରି କରିଛି । ବ୍ରିଟିଶ ବାୟୁ ସେନା ଏହି ଆକ୍ରମଣରେ ଆମେରିକୀୟ ଡ଼୍ରୋନ ବ୍ୟବହାର କରିଛି ଏବଂ ଏହାକୁ ଇଂଲଣ୍ଡରୁ ନିୟନ୍ତ୍ରିତ କରାଯାଇଛି । ମାନବବିହୀନ ଡ଼୍ରୋନ ଜରିଆରେ ହୋଇଥିବା ଏହି ଆକ୍ରମଣରେ ଅପାର ସଫଳତା ମିଳିଛି ବୋଲି କୁହାଯାଇଛି । ଏକ୍ସପ୍ରେସ ନ୍ୟୁଜ୍​‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ୧୪ଶହ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

- Advertisement -

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏମକ୍ୟୁ-୯ ରିପର ଡ଼୍ରୋନ୍ ଦ୍ବାରା ଆତଙ୍କବାଦୀଙ୍କ ବଙ୍କର ଉପରେ ଏସଏମ୍ ୧୧୪ କ୍ଷେପଣାସ୍ତ୍ର ଓ ଲେଜର ଗାଇଡ଼େଡ଼୍ ବୋମା ନିକ୍ଷେପ କରି ୬ଟି ବଙ୍କରକୁ ନଷ୍ଟ କରିଛି । ଏହା ସହ ଏହିଆକ୍ରମଣର ଫଟୋ ମଧ୍ୟ ଡ଼୍ରୋନ୍ ଅକ୍ତିଆର କରିଛି । ସର୍ବାଧିକ ଘଣ୍ଟା ପିଛା ୨୪୭ ମାଇଲ୍ ବେଗରେ ଗତି କରିବାକୁ ସକ୍ଷମ ଏହି ଡ଼୍ରୋନ ନିରବଚ୍ଛିନ୍ନ ଭାବରେ ୨୭ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିବା ଓ ୩୦ ହଜାର ଫୁଟ ଉଚ୍ଚତାରୁ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories