www.samajalive.in
Saturday, December 6, 2025
16.1 C
Bhubaneswar

ସଂସ୍କୃତି ଭବନ ଘେରିବ କଳାକାର ସଂଘ

ଭୁବନେଶ୍ୱର: ଅନ୍‌ଲକ୍‍-୬କୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଳାକାର। ଦୀର୍ଘ ୮ ମାସ ହେବ କଳା ପରିବେଷଣ ବନ୍ଦ ରହିଥିବା ବେଳେ କଳାକାର, ଟେକ୍ନିସିଆନ ଦୁର୍ଦିନରେ କାଳ କାଟୁଛନ୍ତି। ଅନ୍‌ଲକ୍‍-୬କୁ ଆଗ୍ରହର ସହ ଅପେକ୍ଷା କରାଯାଇଥିବାବେଳେ ଏଥିରେ କଳାକାରଙ୍କ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଯାହାକୁ ନେଇ ମଞ୍ଚ, ଯାତ୍ରା କଳାକାର ସଂଘ ଅସନ୍ତୋଷ ଜାହିର କରିଛି।
ସଂସ୍କୃତି ବିଭାଗ ଅଧୀନରେ ପଞ୍ଜିକୃତ େହାଇଥିବା ଅନେକ ସାଂସ୍କୃତିକ ଓ ନୃତ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଗଠିତ କଳାକାର ସଂଘ ଅନ୍‌ଲକ୍ -୬କୁ ନେଇ ଅସନ୍ତୋଷ ଜାହିର କରିଛି। ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣକୁ ଅନୁମତି ନମିଳିବା ଯୋଗୁଁ ସୋମବାର ସଂସ୍କୃତି ଭବନ ଘେରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ଏକ ଦାବିପତ୍ର ସଂସ୍କୃତି ମନ୍ତ୍ରୀ, ସଚିବ ଏବଂ ନିର୍ଦେଶକଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି। ଏହାସହିତ ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଏହାକୁ ଲାଗୁ କରିବାକୁ ଦାବି କରାଯିବ।

ଚଳିତ ମାସ ୧୪ ତାରିଖ ଭିତରେ ଅନ୍‌ଲକ୍‍ ଖୋଲିବାକୁ ଯାତ୍ରା କଳାକାର ସଂଘ ପକ୍ଷରୁ ଜଗତସିଂହପୁରରେ ଅନୁଷ୍ଠିତ ବୈଠକରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାତ୍ରା ପାଇଁ ସରକାର ନିୟମ କୋହଳ ନକଲେ ପ୍ରତି ଜିଲାରେ କଳାକାର ଧାରଣା ଦେବେ ବୋଲି ଏଥିରେ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ଅନେକ ଯାତ୍ରା କଳାକାର ରୋଜଗାର ହରାଇ ବିଭିନ୍ନ ପନ୍ଥା ଅବଲମ୍ବନ କରିଥିବା ବେଳେ ଆଗଧାଡ଼ିର କଳାକାର ଚିନ୍ତାରେ ପଡ଼ିଛନ୍ତି। କିଛି କଳାକାର ଉପାୟଶୂନ୍ୟ ହୋଇ ଏବେ ଛୋଟ ପରଦା ମୁହାଁ ହୋଇଛନ୍ତି। ଅନ୍ୟପକ୍ଷରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଯାତ୍ରା କଲେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ ସେମାନେ ଏବେ ହତାଶ ହୋଇପଡ଼ିଛନ୍ତି।
ବୈଠକରେ କଳାକାର ବ୍ରଜବିହାରୀ ନାୟକ, ଗୌର ଦାସ, ଅଶୋକ ରାଉତ, କୈଳାସ ପରିଡା, ଟୁନା ପଣ୍ଡା, ଅଜିତ ଆଚାର୍ୟ୍ୟ, ପ୍ରତାପ ମହାନ୍ତି, ଅନିଲ ନାୟକ, ଚନ୍ଦନ ସାହୁ ଓ ସମ୍ପାଦକ ଆରକେ ହୀରାଲାଲଙ୍କ ସମେତ ୬୦ରୁ ଅଧିକ କଳାକାର ଯୋଗଦେଇଥିଲେ।
ଅନଲକ୍-୬ରେ ଆଶା ଥିଲା ମଞ୍ଚ ନାଟକକୁ ସବୁଜ ସଙ୍କେତ ସରକାର ଦେବେ। ମାତ୍ର ଏହା ଆଶାରେ ହିଁ ରହିଗଲା। ତେଣୁ ଆସନ୍ତା ୧୫ ତାରିଖରେ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ନାଟ୍ୟକର୍ମୀମାନେ ନିରବ ଧାରଣାରେ ବସିବେ। ଏଥିରେ ରାଜଧାନୀର ବହୁ ନାଟ୍ୟ ସଙ୍ଗଠନର କର୍ମକର୍ତ୍ତା ସାମିଲ ହେବେ। ସାମାଜିକ ଦୂରତ୍ୱ ରଖି ପ୍ରତିବାଦ କରିବା ସହ ଅନୁମତି ପାଇଁ ଅନୁରୋଧ କରିବୁ। ଜାରି ନିୟମକୁ ମାନି ଆମେ ନାଟକ କରିବାକୁ ପ୍ରସ୍ତୁତ ଥିବାବେଳେ ସରକାର ଏନେଇ ଅନୁମତି ଦିଅନ୍ତୁ ବୋଲି ନାଟ୍ୟ ସଂଘର ସଭାପତି ହରେନ ସାହୁ କହିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories