www.samajalive.in
Saturday, December 6, 2025
26.1 C
Bhubaneswar

କାର ଓ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୪ମହିଳାଙ୍କ ସମେତ ୬ ଆହତ, ଗାଡି ଚୁରମାର 

ଭଞ୍ଜନଗର: ଭଞ୍ଜନଗର ସହର କଲେଜ ରାସ୍ତାର କୁକୁଡା ଫାର୍ମ ନିକଟରେ ଗୋଟିଏ ଇଣ୍ଡିଗୋ କାର ଓ ମାରୁତି ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଉଭୟ ଗାଡିର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣ ସ୍ଥାନୀୟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ରବିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଏହି ଦୂର୍ଘଟଣା ଘଟିଥିଲା। ଇଣ୍ଡିଗାରେ ବସିଥିବା କନ୍ଧମାଳ ଜିଲ୍ଳା ରାଇକିଆର ଲାଇଲ୍‍ ନାଇକ(୬୨), ବିନୋଦିନୀ ନାଇକ(୬୫), ଲାବଣ୍ୟବତୀ ପଣ୍ଡା(୬୭) ଓ ମମତା ପଣ୍ଡା ଆହତ ହୋଇଥିବା ବେଳେ ମାରୁତିଭ୍ୟାନର ଡ୍ରାଇଭର ସୁମନ୍ତ ମେରଦି(୪୫) ଓ ନିକଟରେ ବସିଥିବା ଅନ୍ୟ ଜଣେ ଅଭିଜିତ୍‍ ପ୍ରଧାନ(୪୬) ଆହାତ ହୋଇଥିଲେ। ମାରୁତି ଇଣ୍ଡିଗୋର ଆହତଙ୍କ ମଧ୍ୟରୁ ଲାଇଲ, ବିନୋଦିନୀ ଓ ଲାବଣ୍ୟବତୀଙ୍କୁ ଏଠାରେ ଆଶୁ ଚିକିତ୍ସା କରାଯାଯିବା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନ୍ତାରିତ କରାଯାଇଛି। ଇଣ୍ଡିଗୋରେ ବସିଥିବା ଏହି ୪ ମହିଳାଙ୍କ ଆଖି ଖରାପଥିବାରୁ ବ୍ରହ୍ମପୁରର କୌଣସି ଡାକ୍ତରଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଯାଉଥିଲେ। ଏହି ୪ ମହିଳା ରାଇକିଆର ବୋଲି ଜଣାପଡିଛି। ସମସ୍ତଙ୍କ ଆଖି ଖରାପଥିବା ସହ ଶରାରର ବିଭିନ୍ନ ରୋଗ ସମସ୍ୟା ଲାଗି ରହିଥିବାରୁ ଆଜି ଗୋଟିଏ ଇଣ୍ଡିଗୋ କାର ଭଡାରେ ଆଣି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ତେବେ, ବିପରୀତ ଦିଗରୁ ଅର୍ଥାତ ଭୁବନେଶ୍ୱରରୁ କୌଣସି ଏକ ଚାକିରିଆଙ୍କ ବଦଳି ସାମଗ୍ରୀଧରି ଫୁଲବାଣୀ ଅଭିମୁଖେ ଯାଉଥିବା ଏହି ମାରୁତିଭ୍ୟାନଟି ଭଂଜନଗର ସହରର କୁକୁଡା ଫାର୍ମ ସମ୍ମୁଖ ରାସ୍ତାରେ ମୁହାଁମୁହି ପିଟି ହୋଇ ଯାଇଥିଲେ। ଉଭୟ ଗାଡି ମୁହାଁମୁହିଁ ଧକ୍କା ହେବା କ୍ଷଣି ଭୟଙ୍କର ଶଦ୍ଧ ବାହରିଥିଲା। ଚାହୁଁଚାହୁଁ ଘଟଣାସ୍ଥଳ ଲୋକାରଣ୍ର ହୋଇ ପଡିଥିଲା। ପୁଲିସ୍‍ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଭଂଜନଗର ସରକାରୀ ହାସପିଟାଲ ପଠାଇଥିଲା। ଉଭୟଗାଡିର ଆଗ ପାଶ୍ୱର୍ ସଂପୂର୍ଣ୍ଣ ଜଖମ ହୋଇ ଯାଇଛି। ଦୁର୍ଘଟଣା ସ୍ଥାନ ସଂପୂର୍ଣ୍ଣ ନିର୍ମଳ ଓ ପ୍ରଶସ୍ତ ଥିବା ସତ୍ତେ୍ୱ ଉଭୟଗାଡିର ବେପାରୁଆ ଗାଡି ଚାଳନ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର କୁହାଯାଇଛି। ରାଇକିଆରୁ ଆସିଥିବା ମହିଳମାନେ ଶରୀର ଖରାପଥିବାରୁ ଉପଶମ ପାଇଁ ବ୍ରହ୍ମପୁର ଡାକ୍ତରଙ୍କ ପାଖକୁ ଯାଉଥିବା ବେଳେ ବିଧିର ବିଚିତ୍ର ବିଡମ୍ବନା ପରି ଦୁର୍ଘଟଣାରରେ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢିଗଲା।

 

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories