www.samajalive.in
Saturday, December 13, 2025
27.1 C
Bhubaneswar

କାର୍ଯ୍ୟରେ ଯୋଗଦେଲେ ସୀମା ଶୁଳ୍କ ଓ ପରୋକ୍ଷ କର ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ଆୟୁକ୍ତ ରାଜେନ୍ଦ୍ର ଲାକ୍ରା

ସମାଜ ଡିଜିଟାଲ ଡେସ୍କ: ସୀମା ଶୁଳ୍କ ଓ ପରୋକ୍ଷ କର(କଷ୍ଟମ୍ସ ଆଣ୍ଡ ଇନଡାଇରେକ୍ଟ ଟାକ୍ସ) ଭୁବନେଶ୍ଵର ମଣ୍ଡଳର ମୁଖ୍ୟ ଆୟୁକ୍ତ ପଲ୍‌ ରାଜେନ୍ଦ୍ର ଲାକ୍ରା ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଲାକ୍ରା ହେଉଛନ୍ତି ଭାରତୀୟ ରାଜସ୍ଵ ସେବା(ଆଇଆରଏସ) ୧୯୯୨ ବ୍ୟାଚର ଜଣେ ଦକ୍ଷ ଅଧିକାରୀ। ଏହା ପୂର୍ବରୁ ସେ କୋଚି ଏବଂ ଗୁରୁଗ୍ରାମରେ ସୀମା ଶୁଳ୍କ ଓ ପରୋକ୍ଷ କର ଶାଖାରେ କମିସନର ଏବଂ ପ୍ରିନ୍ସିପାଲ କମିସନର ଭାବେ କାର୍ଯ୍ୟ କରୁଥିଲେ। ଚଳିତ ମାସରେ ତାଙ୍କୁ ମୁଖ୍ୟ କମିଶନର ଭାବେ ପଦୋନ୍ନତି ମିଳିବା ପରେ ଭୁବନେଶ୍ଵର ମଣ୍ଡଳରେ ଯୋଗଦେଇଛନ୍ତି। ପରୋକ୍ଷ କର ଆଇନ, ସୀମା ଶୁଳ୍କ ନିୟମ ଏବଂ ବିତ୍ତୀୟ ନୀତି ଆଦି କ୍ଷେତ୍ରରେ ଲାକ୍ରାଙ୍କର ପ୍ରଗାଢ଼ ଅନୁଭୁତି ରହିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories