www.samajalive.in
Thursday, December 11, 2025
18.1 C
Bhubaneswar

ବୈତରଣୀରେ କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଆରଡି : ଭଦ୍ରକ ଜିଲ୍ଲା ଚାନ୍ଦବାଲିର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ମୁଆ, ସନ୍ତରା, ସିଙ୍ଗିପୁର, ବାତୋଳ, ଶୀତଳପୁର, ଓଳଗ, ଷାଠିଵାଙ୍କୁଡା ଦେଖାଦେଇଥିବା ବୈତରଣୀ ନଦୀର ବନ୍ୟା ପାଣି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତକାଲିଠାରୁ  ଆରଡି, ଓଳଗ, ଵୋଡକ, ଦୋହରାପାଟଣା, ଅମୃତମଣୀ, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, ଚମ୍ପାସାହି, ନାନ୍ଦପୁର, ପହଣା, କୋଇଲିଖିଆ, ପାଲଟପୁର, ବାଙ୍କମୁଆ ଆଦି  ୨୦ଟି ଗାଁ ପ୍ରଭାବିତ ହୋଇଛି।   ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଵନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଆଖଣ୍ଡଳମଣି -କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ଵୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂଵାରୁ ୨ଫୁଟ ଉଚ୍ଚରେ ଵନ୍ଯାପାଣି ପ୍ରବାହିତ ହେଉଥିଲା, ସୋମବାର କମିବାରୁ ଯାତାୟତ ଧିରେଧିରେ ସ୍ଵଭାବିକ ହୋଇଥିଲା। ହେଲେ ଉକ୍ତ ୨୦ନମ୍ଵର  ଜାତୀୟ ରାଜପଥର ମୁଆ ଘୋଷରା ଠାରେ ଵନ୍ଯାପାଣି ପ୍ରଵାହିତ ହେଵା ସହ ଧାନଖଣିଆ-ଆରଡି ରାସ୍ତାର ସତସଙ୍ଗ କେନ୍ଦ୍ର ଠାରେ ବନ୍ୟାପାଣି ୨/୩ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏପରିକି  ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ବୈତରଣୀ ନଦୀ ଆରଡି ପୀଠଠାରେ ସାଳନ୍ଦୀନଦୀରେ ମିଶିଥିଵାରୁ ଉଭୟ ନଦୀ ଉଛୁଳା  ରହିବା ସହ ଅନେକ ତଳିଆ ଅଞ୍ଚଳ ବନ୍ୟା ଘେରରେ ରହିଥିବା ବେଳେ ନଦୀକୂଳ ଦୋହରା ଓ ଵୋଡକ କିଛି ସାହିରେ  ଵନ୍ଯାପାଣି ପଶିଛି। ଏପଟେ ରାଜ୍ୟ ଜଳସେଚନ ବିଭାଗର ନୀର୍ଵାହିଯନ୍ତ୍ରୀଙ୍କ ସହ ଏକ ୪ଜଣିଆ ଟିମ୍ ବୈତରଣୀ ନଦୀର ଷାଠିଵାଙ୍କୁଡା, ଵୋଡକ ଆଦି ସ୍ଥାନ ବୁଲି ଦେଖିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories