ଇରଫାନ ଖାନ ଦୁରାରୋଗ୍ୟରେ ଆକ୍ରାନ୍ତ

0

ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତା ତଥା ଓସ୍କାର ପୁରସ୍କାର ବିଜେତା ଇରଫାନ ଖାନ କୌଣସି ଏକ ଦୁରାରୋଗ୍ୟରେ ଆକ୍ରାନ୍ତ ଥିବା ସୋମବାର ଟ୍ୱିଟ୍‌ ଯୋଗେ ପ୍ରକାଶ କରିଛନ୍ତି । ୫୧ ବର୍ଷିୟ ଏହି ଅଭିନେତା ଟ୍ୱିଟ୍‌ କରିଛନ୍ତି ଯେ ‘ବେଳେ ବେଳ ଏମିତି ଏକ ଝଟକାରେ ନିଦ ଭାଙ୍ଗେ ଯେ ଆପଣଙ୍କ ଦୁନିଆ ହଲିଯାଏ । ମୋ ଜୀବନର ଗତ ୧୫ ଦିନ ଏକ ରହସ୍ୟମୟ କାହାଣୀ ଭଳି ରହିଛି। ମୋତେ ଜଣାନଥିଲା ଭେଯ ଭିନ୍ନ କାହାଣୀ ଖୋଜୁ ଖୋଜୁ ମୁଁ ଭିନ୍ନ ରୋଗରେ ପଡ଼ିଯିବି । ପରିବାର, ସାଙ୍ଗ ସାଥୀଙ୍କ ସହ ମିଶି ଭଲଭାବେ ଏହାର ମୁକାବିଲା କରିବାକୁ ଆମେ ପ୍ରୟାସ କରୁଛୁ । ସେ ପର୍ଯ୍ୟନ୍ତ ଆପଣମାନେ କିଛି ଅନୁମାନ ଲଗାନ୍ତୁ ନାହିଁ । ଆଉ ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ ସବୁ ପରୀକ୍ଷା ନିରୀକ୍ଷାର ରିପୋର୍ଟ ଆସିବା ପରେ ମୁଁ ଆପଣଙ୍କୁ ମୋ କାହାଣୀ କହିବି । ସେ ପର୍ଯ୍ୟନ୍ତ ମୋ ପାଇଁ ପ୍ରାର୍ଥନା କରନ୍ତୁ । ଏଥିରୁ ସେ କୌଣସି ଏକ ବଡ଼ ରୋଗରେ ପୀଡ଼ିତ ଥିବା ଅନୁମାନ କରାଯାଉଛି । ଏହି ଟ୍ୱିଟ୍‌ ତାଙ୍କ ପ୍ରଶଂସକଙ୍କ ମହଲରେ ନିରାଶାର ଭାବ ଖେଳାଇ ଦେଇଛି।

Leave A Reply