ଫାଶୀଖୁଣ୍ଟରେ ଝୁଲିଲେ ଗଣ ବଳାତ୍କାର କରିଥିବା ୫ ଦୋଷୀ
ତେହେରାନ- ଇରାନ୍ର ପୂର୍ବରୁ ଥିବା ଆଜେରବୈଜାନରେ ୫ ଜଣ ଦୋଷୀଙ୍କୁ ସର୍ବ ସମ୍ମୁଖରେ ଫାଶୀ ଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଜଣେ ମହିଳାଙ୍କୁ ଗଣ ବଳାତ୍କାର ମାମଲାରେ ଇରାନ୍ ପୁଲିସ ତଦନ୍ତ କରିଥିଲା ।
ମରନ୍ଦ ସହରରେ ଏହି ୫ ଜଣ ଜଣେ ମହିଳାଙ୍କୁ ପ୍ରଥମେ ଅପହରଣ କରିଥିଲେ । ପରେ ତାଙ୍କୁ ସେମାନେ ଗଣ ବଳାତ୍କାର କରିଥିଲେ । ମେ ୨୦୨୨ରେ ଏହି ଘଟଣା ଘଟିଥିଲା । ଇରାନ୍ରେ ବିଭିନ୍ନ ଅପରାଧ ପାଇଁ ଗତ ବର୍ଷ ୫୮୨ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି ।
ଚଳିତ ବର୍ଷ ଇରାନ୍ରେ ୨୮୨ ଜଣଙ୍କୁ ଫାଶୀ ଦିଆଯାଇଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.