www.samajalive.in
Sunday, December 7, 2025
18.1 C
Bhubaneswar

ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ ଆଇପିଏଲ୍‌ : ଗାଙ୍ଗୁଲି

କଲକାତା : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ନିର୍ଦ୍ଧାରିତ ସମୟରେ ଆ​ୟୋ‌ଜିତ ହେବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ଆସନ୍ତା ୨୯ରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି। ଭାରତରେ ୩୦ରୁ ଅଧିକ ବ୍ୟକ୍ତି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇ ସାରିଛି। ଏହି ପରିପ୍ରେକ୍ଷୀରେ ଆଇପିଏଲ୍ ଉପରେ କରୋନା ଭାଇରସ୍‌ ସଂକ୍ରମଣର କ’ଣ ପ୍ରଭାବ ପଡ଼ିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି କହିଲେ ଆଇପିଏଲ୍ ପ୍ରତି କରୋନା ଭାଇରସ୍‌ ସଂକ୍ରମଣର କୌଣସି ଭୟ ନାହିଁ। ବିଶ୍ବର ଅନେକ ଦେଶରେ କ୍ରିକେଟ୍ ସିରିଜ୍‌ ଆୟୋଜିତ ହେଉଛି। ଇଂଲଣ୍ଡ ଦଳ ବର୍ତ୍ତମାନ ଶ୍ରୀଲଙ୍କାରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ଅଳ୍ପଦିନ ପରେ ଭାରତ ଗସ୍ତରେ ଆସିବ। ତେଣୁ ଆଇପିଏଲ୍‌ ଉପରେ କରୋନା ସଂକ୍ରମଣର କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ସୂଚନାଥାଉକି ଆଇପିଏଲ୍‌ରେ ଭାରତୀୟ କ୍ରିକେଟର୍‌ଙ୍କ ବ୍ୟତୀତ ଅ​ନେ‌କ ବିଦେଶୀ କ୍ରିକେଟର୍‌ ଭାଗ ନେଉଛନ୍ତି।
ଆଇପିଏଲ୍‌ ସମୟରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରତିକାର ନେଇ କ’ଣ ପଦକ୍ଷେପ ବିସିସିଆଇ ଗ୍ରହଣ କରିଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି କହିଥିଲେ ଏକ ଡାକ୍ତରୀ ଦଳ ସବୁପ୍ରକାର ବ୍ୟବସ୍ଥା କରିଛନ୍ତି। ଏହି ଡାକ୍ତରୀ ଦଳ ତରଫରୁ କେତେକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଡାକ୍ତରୀ ଦଳ ବିଭିନ୍ନ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିଛନ୍ତି। ତେଣୁ ଆଇପିଏଲ୍‌ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବାରେ କୌଣସି ଅସୁବିଧା ନାହିଁ।
କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ସ୍ଥଗିତ କିମ୍ବା ବାତିଲ ହୋଇଯାଇଥିବା ବେଳେ ଇଟାଲୀରେ ଆସନ୍ତା ଏପ୍ରିଲ୍‌ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାସ୍ଥଳକୁ ଦର୍ଶକମାନଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories