ନିର୍ଣ୍ଣାୟକ ମ୍ୟାଚ୍‌ରେ କଲକାତା-ରାଜସ୍ଥାନ ଓ ପଞ୍ଜାବ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଆବୁଧାବିରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବାବେଳେ ଦୁବାଇରେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ-କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ।

prayash

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୧୩ଟି ମ୍ୟାଚରୁ ୫ଟି ବିଜୟ ଓ ୮ଟି ପରାଜୟ ସହ ୧୦ ପଏଣ୍ଟ ପାଇ ପ୍ଳେ ଅଫରୁ ବାଦ୍‌ ପଡ଼ିଛି। ଦଳ ପାଇଁ ପଞ୍ଜାବ ବିପକ୍ଷ ମ୍ୟାଚ ବିଶେଷ ଗୁରୁତ୍ବବହନ କରୁଥିବାବେଳେ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ପଞ୍ଜାବ ୧୩ଟି ମ୍ୟାଚରୁ ୬ଟି ବିଜୟ ଓ ୭ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫ ଆଶା ବଜାୟ ରଖିବାକୁ ହେଲେ ଶେଷ ଲିଗ୍‌ ମ୍ୟାଚ ବିଜୟ ହେବା ଏକାନ୍ତ ଆବଶ୍ୟକତା ରହିଛି। ପଞ୍ଜାବ ୧୨ ପଏଣ୍ଟ ପାଇବା ସହିତ ରନ୍‌ରେଟ୍‌ରେ କଲକାତା ଓ ରାଜସ୍ଥାନଠାରୁ ଆଗରେ ରହିଛି। ଚେନ୍ନଇ ବିପକ୍ଷ ମ୍ୟାଚ ଜିତିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଶେଷ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହେଲେ ପଞ୍ଜାବ ପ୍ଳେ ଅଫକୁ ଉନ୍ନୀତ ହୋଇପାରିବ। ଏଥିପାଇଁ ଉକ୍ତ ମ୍ୟାଚ ବିଜୟୀ ହେବା ପଞ୍ଜାବ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ୧୩ଟି ମ୍ୟାଚରୁ ୧୨ ପଏଣ୍ଟ ପାଇଛି। ଦଳର ରନ୍‌ରେଟ ବହୁତ ଦୁର୍ବଳ ରହିଛି। ଦଳ କଲକାତା ବିପକ୍ଷରେ ବିଜୟ ଏକମାତ୍ର ବିକଳ୍ପ ରହିଛି। ଚେନ୍ନଇ ନିକଟରୁ ପଞ୍ଜାବ ପରାଜିତ ହେଲେ ଓ ହାଇଦ୍ରାବାଦ୍‌ ଶେଷ ଦୁଇ ମ୍ୟାଚରୁ ଗୋଟିଏ ମ୍ୟାଚ ଜିତେ ତେ​‌େ​‌ବ ରାଜସ୍ଥାନ କଲକାତାକୁ ପରାସ୍ତ କଲେ ପ୍ଳେ ଅଫକୁ ଉନ୍ନୀତ ହୋଇପାରିବ। ସେହିପରି ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ୧୩ଟି ମ୍ୟାଚରୁ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ରାଜସ୍ଥାନ ବିପକ୍ଷ ମ୍ୟାଚ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି। ପଞ୍ଜାବ ଶେଷ ଲିଗ୍‌ ମ୍ୟାଚରେ ପରାଜିତ ହେବା ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଶେଷ ଦୁଇ ମ୍ୟାଚରୁ ଗୋଟିଏ ବିଜୟ ହେଲେ କଲକାତା ପାଇଁ ପ୍ଳେ ଅଫ ସୁଯୋଗ ସୃଷ୍ଟି କରିବ।ଏଥିପାଇଁ ରାଜସ୍ଥାନ ଓ କଲକାତା ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

Comments are closed.