www.samajalive.in
Monday, December 15, 2025
14.1 C
Bhubaneswar

ସାମ୍‌ସନଙ୍କ ଶତକ ସତ୍ତ୍ବେ ରାଜସ୍ଥାନ ପରାସ୍ତ : ପଞ୍ଜାବ ୪ ରନ୍‌ରେ ବିଜୟୀ

ମୁମ୍ବଇ : ଆଇପିଏଲ୍‌-୧୪ରେ ସୋମବାର ରୋମାଞ୍ଚକର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୪ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି। ଶେଷ ବଲ୍‌ରେ ରାଜସ୍ଥାନ ୫ ରନ୍ ଆବଶ୍ୟକ କରୁଥିବା ବେଳେ ସଞ୍ଜୁ ସାମ୍‌ସନ ବାଉଣ୍ଡରୀରେ କ୍ୟାଚ୍ ଦେଇଥିଲେ। ଅଧିନାୟକ କେ.ଏଲ୍‌. ରାହୁଲ ଓ ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ ୬ ୱିକେଟରେ ୨୨୧ ରନ୍‌ କରିଥିଲା। ପରେ ସାମ୍‌ସନ୍‌ଙ୍କ ଶତକ ସତ୍ତ୍ବେ ରାଜସ୍ଥାନ ୭ ୱିକେଟରେ ୨୧୭ ରନ୍ କରି ପାରିଥିଲା। ତେବେ ଆଇପିଏଲ୍‌-୧୪ରେ ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ରାଜସ୍ଥାନ ରୟାଲ୍‌ସ ଅଧିନାୟକ ସଞ୍ଜୁ ସାମ୍‌ସନ ଶତକ ହାସଲ କରିଛନ୍ତି। ବିସ୍ଫୋରକ ୧୧୯ ରନ୍‌ର ଇନିଂସ ସତ୍ତ୍ବେ ସାମ୍‌ସନ ରାଜସ୍ଥାନକୁ ଜିତାଇ ପାରିନାହାନ୍ତି।
ବିପର୍ଯ୍ୟୟ ସହ ରାଜସ୍ଥାନ ରୟାଲ୍‌ସ ୨୨୨ ରନ୍‌ର ପିଛା ଆରମ୍ଭ କରିଥିଲା। ବେନ୍‌ ଷ୍ଟୋକ୍‌ସ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ମନନ ବୋହ୍‌ରା ୧୨ ରନ୍‌କରି ବିଦାୟ ନେଇଥିଲେ। ପରେ ସଞ୍ଜୁ ସାମ୍‌ସନ ଓ ଜୋସ୍ ବଟ୍‌ଲର ଆକ୍ରମଣ କରିଥିଲେ। ୩ୟ ୱିକେଟ ପାଇଁ ଦୁହେଁ ଦ୍ରୁତ ୪୫ ରନ୍ ଯୋଡ଼ିଥିଲେ। ବଟ୍‌ଲର ୧୩ ବଲ୍‌ରୁ ୫ଟି ଚୌକା ସହ ୨୫ ରନ୍‌ କରିଥିଲେ। ପରେ ସାମ୍‌ସନ୍ ଓ ଶିବମ୍ ଦୁବେ ଦ୍ରୁତ ରନ୍‌ ସ୍କୋର୍‌କରିବା ଜାରି ରଖିଥିଲେ। ୩୩ ବଲ୍‌ରୁ ସାମ୍‌ସନ ଅର୍ଦ୍ଧଶତକ ପୂରଣ କରିଥିଲେ। ଶିବମ୍ ଦୁବେ ୧୫ ବଲ୍‌ରୁ ୩ଟି ଚୌକା ସହ ୨୩ ରନ୍‌ କରିଥିଲେ। ରିୟାନ୍ ପରାଗ କ୍ରିଜ୍‌କୁ ଆସିବା ମାତ୍ରେ ବାଉଣ୍ଡରୀ ବର୍ଷା କରିଥିଲେ। ୨୨ ବଲ୍‌ରେ ସାମ୍‌ସନ ଓ ପରାଗ ୫୨ ରନ୍ ଯୋଡ଼ିଥିଲେ। ଆସାମର ପରାଗ ୧୧ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍ କରିଥିଲେ। ୫୪ ବଲ୍‌ରୁ ସାମ୍‌ସନ ଶତକ ପୂରଣ କରିଥିଲେ। ରାଜସ୍ଥାନ ଶେଷ ଓଭରରେ ୧୩ ଓ ଶେଷ ବଲ୍‌ରେ ୫ ରନ୍‌ ଆବଶ୍ୟକ କରୁଥିବା ବେଳେ ଛକାମାରିବା ପ୍ରୟାସରେ ସାମ୍‌ସନ ଆଉଟ୍‌ ହୋଇଥିଲେ। ସାମ୍‌ସନ ୬୩ ବଲ୍‌ରୁ ୭ଟି ଛକା ଓ ୧୨ଟି ଚୌକା ସହ ୧୧୯ ରନ୍‌ କରିଥିଲେ। ଅର୍ସଦୀପ ସିଂହ ୩ଟି ଓ ମହମ୍ମଦ ସାମି ୨ଟି ୱିକେଟ ନେଇଥିଲେ। ସଞ୍ଜୁ ସାମ୍‌ସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ପଞ୍ଜାବ କିଙ୍ଗ୍‌ସର ଓପ୍‌ନର ମୟଙ୍କ ଅଗ୍ରୱାଲ ୧୪ ରନ୍‌କରି ବିଦାୟ ନେଇଥିଲେ। ପରେ ରାହୁଲ ଓ କ୍ରିସ୍ ଗେଲ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୭ ଓଭରରେ ୬୭ ରନ୍ ଯୋଡ଼ିଥିଲେ। ବାମହାତି ଗେଲ୍‌ ୨୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୦ ରନ୍‌କରି ଆଉଟ ହୋଇଥିଲା। ଦୀପକ ହୁଡା କ୍ରିଜ୍‌କୁ ଆସିବା ମାତ୍ରେ ବାଉଣ୍ଡରୀ ବର୍ଷା କରିଥିଲେ। ମାତ୍ର ୨୦ ବଲ୍‌ରୁ ହୁଡା ଅର୍ଦ୍ଧଶତକ ପୂରଣ କରିଥିଲେ। ୩ୟ ୱିକେଟ ପାଇଁ ଅଧିନାୟକ ରାହୁଲଙ୍କ ସହ ହୁଡା ୪୫ ବଲ୍‌ରୁ ବିସ୍ଫୋରକ ୧୦୫ ରନ୍ ଯୋଡ଼ିବାରୁ ପଞ୍ଜାବ ବିଶାଳ ସ୍କୋର୍ କରି ପାରିଥିଲା। ବରୋଦାର ହୁଡା ୨୮ ବଲ୍‌ରୁ ୬ଟି ଛକା ଓ ୪ଟି ଚୌକା ସହ ୬୪ ରନ୍ କରିଥିଲେ। ନିକୋଲାସ୍ ପୁରନ୍ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ୫ଟି ବଲ୍‌ ବାକିଥିବା ବେଳେ ରାହୁଲ ଆଉଟ ହୋଇଯିବାରୁ ଚଳିତ ଆଇପିଏଲ୍‌ରେ ପ୍ରଥମ ଶତକରୁ ବଞ୍ଚିତ ହୋଇଥିଲେ। ରାହୁଲ ୫୦ ବଲ୍‌ରୁ ୫ଟି ଛକା ଓ ୭ଟି ଚୌକା ସହ ୯୧ ରନ୍ କରିଥିଲେ। ଚେତନ ସାକାରିୟା ୩ଟି ଏବଂ କ୍ରିସ୍ ମରିସ୍ ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories