www.samajalive.in
Saturday, December 13, 2025
23.1 C
Bhubaneswar

ଅମିତ ମିଶ୍ରାଙ୍କ ସ୍ଥାନରେ ପ୍ରବୀଣ ଦୁବେ ଦିଲ୍ଲୀ କ୍ୟାପିଟାଲ୍‌ସରେ ସାମିଲ

ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍‌ସ ଭଲ ପ୍ରଦର୍ଶନ ଜାରି ରଖିଥିଲେ ସୁଦ୍ଧା ଖେଳାଳିମାନେ ଆଘାତପ୍ରାପ୍ତ ହେବା ଦଳ ପାଇଁ କିଛିଟା ଚିନ୍ତାର କାରଣ ପାଲଟିଛି। କିଛିଦିନ ତଳେ ଆଙ୍ଗୁଠିରେ ଆଘାତଜନିତ କାରଣରୁ ଆଇପିଏଲ୍‌ରୁ ଦିଲ୍ଲୀ କ୍ୟାପିଟାଲ୍‌ସର ଲେଗ୍‌ସ୍ପିନର ଅମିତ ମିଶ୍ରା ବାଦ୍‌ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ୨୭ ବର୍ଷୀୟ ଲେଗ୍‌ ସ୍ପିନର ପ୍ରବୀଣ ଦୁବେଙ୍କୁ ଦଳରେ ସାମିଲ କରାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ମ୍ୟାନେଜମେଣ୍ଟ ତରଫରୁ ସୋମବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। କର୍ଣ୍ଣାଟକ ବାସିନ୍ଦା ପ୍ରବୀଣ ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକ ତରଫରୁ ୧୪ଟି ଘରୋଇ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୧୬ଟି ୱିକେଟ୍‌ ହାସଲ କରିଛନ୍ତି। ଆଙ୍ଗୁଠିରେ ଆଘାତପ୍ରାପ୍ତ ହୋଇ ଭାରତ ଫେରି ଆସିଥିବା ଅମିତ ମିଶ୍ରାଙ୍କ ଆଙ୍ଗୁଠିରେ ଅ​‌େ​‌ସ୍ତ୍ରାପଚାର ହୋଇଛି ଏବଂ ସେ ଖୁବ୍‌ଶୀଘ୍ର ସୁସ୍ଥ ହେବେ ବୋଲି ଦିଲ୍ଲୀ କ୍ୟାପିଟାଲ୍‌ସ ତରଫରୁ ଆଶାବ୍ୟକ୍ତ କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ବର୍ତ୍ତମାନ ସୁଦ୍ଧା ୯ଟି ମ୍ୟାଚ୍‌ ଖେଳି ୧୪ ପଏଣ୍ଟ ହାସଲ କରିସାରିଛି। ଲିଗ୍‌ ପର୍ଯ୍ୟାୟରେ ଦଳ ଆଉ ୫ଟି ମ୍ୟାଚ୍‌ ଖେଳିବାକୁ ଥିବାରୁ ପ୍ଲେଅଫ୍‌ରେ ଦଳ ପହଞ୍ଚିବାର ସମ୍ଭାବନା ବହୁ ଅଧିକ ରହିଛି। ଶ୍ରେୟାସ ଆୟାର ଦଳର ନେତୃତ୍ବ ନେଉଥିବା ବେଳେ ଶିଖର ଧାୱନ୍‌, ମାକର୍ସ ଷ୍ଟୋଇନିସ୍‌, କାଗିସୋ ରାବାଡା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ପୃଥ୍ବୀ ସ’, ଅକ୍ଷର ପଟେଲ୍‌ ଓ ଆନ୍‌ରିଚ୍‌ ନୋର୍ଜେ ପ୍ରମୁଖ ଭଲ ପ୍ରଦର୍ଶନ କରି ଆସୁଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories