www.samajalive.in
Thursday, December 11, 2025
26.1 C
Bhubaneswar

ଅନ୍‌ଲାଇନ ଶିକ୍ଷା ପାଇଁ ଜୀବନକୁ ବାଜି

କ.ନୂଆଗାଁ/ଫୁଲବାଣୀ: କରୋନା କଟକଣା କାରଣରୁ ୭ମାସ ହେଲା ଶିକ୍ଷାନୁଷ୍ଠାନ ବନ୍ଦ ରହିବାରୁ ଏବେ ଅନଲାଇନରେ ପାଠପଢା ଚାଲିଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ଦୁର୍ଗମ ବାଲିଗାଡ଼ା ପଞ୍ଚାୟତ। ନେଟୱାର୍କ ସଂଯୋଗ ହୋଇପାରୁଥିବା ପାହାଡ ଉପରକୁ ଚଢିବା ବେଳେ ପିଲାଏ ଖସିଯିବାର ନଜିର ରହିଛି।

ପଞ୍ଚାୟତରେ ଟାୱାର ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି ଜଣାଇଛନ୍ତି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ବର୍ତ୍ତମାନ ପରିସ୍ଥିତିରେ ଅନ୍‍ଲାଇନ୍‍ ଶିକ୍ଷାଦାନ ପାଇଁ ବାଜିରେ ଲଗାଉଛନ୍ତି ଜୀବନ। ଏହି ପଞ୍ଚାୟତର ଗୁମାମାହା, ଗତରବାଡ଼ି, ବହତବାଡ଼ି ଗ୍ରାମର ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ କରିବାକୁ ଏକ କିଲୋମିଟର ଦୂର କଡ଼ିପାଟା ପାହାଡ଼କୁ ଯାଉଛନ୍ତି। ସେଠାରେ ରାଇକିଆ ବ୍ଳକର ଜିଓ ନେଟୱାର୍କ ଆସୁଥିବା ଜାଣିବା ପରେ ପିଲାଙ୍କ ସେଠାକୁ ସୁଅ ଛୁଟିଛି। ବିପଦୂର୍ଣ୍ଣ ଭାବେ ଉଚ୍ଚ ପଥର ଚଟାଣ ଓ ଗଛ ଉପରେ ବସି ପିଲାମାନେ ଅନ୍‍ ଲାଇନ୍‍ ଶିକ୍ଷା ଗ୍ରହଣ କରୁଛନ୍ତି । ଦାମୀ ମୋବାଇଲ୍‍ କିଣିବା ସେମାନଙ୍କ୍‍ ପକ୍ଷେ ସମ୍ଭବ ନୁହେଁ। ପିଲାଙ୍କ ଭବିଷ୍ୟତ ଚିନ୍ତା କରି କିଏ ଧାନ ବିକି ମୋବାଇଲ୍‍ କିଣିଲାଣି ତ ପୁଣି କିଏ ଛେଳି ବିକି ମୋବାଇଲ୍‍ କିଣିଛନ୍ତି। ଉକ୍ତ ଗ୍ରାମର ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ଗ୍ଲାଡ଼ି ପ୍ରଧାନଙ୍କ ପାଇଁ ତାଙ୍କ ବାପା ସାମସନ୍‍ ପ୍ରଧାନ ଛେଳି ବିକି ମୋବାଇଲ୍‍ କିଣିଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories