www.samajalive.in
Saturday, December 6, 2025
14.1 C
Bhubaneswar

କିଏ ଜିତିବ ଫାଇନାଲ ଟ୍ରଫି: ଜାଣନ୍ତୁ ଭବିଷ୍ୟବାଣୀ

ସମାଜ ଡିଜିଟାଲ ଡେସ୍କ: ଆଜି ଆଇପିଏଲ ୨୦୨୫ର ଫାଇନାଲ ମୁକାବିଲା ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍‍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପ୍ରଥମ କରି ନୂଆ ଟିମକୁ ମିଳିବାକୁ ଯାଉଛି ଆପିଏଲ ଟ୍ରଫି । ଆଜି ପର୍ଯ୍ୟନ୍ତ ଏହି ଦୁଇଟି ଟିମ୍‍ ମଧ୍ୟରୁ କେହିବି ଆଇପିଏଲ ଟାଇଟଲ ଜିତିନାହାଁନ୍ତି । ତେବେ ଏହି ପରିସ୍ଥିତିରେ ଦୁଇ ନୂଆ ଟିମ୍‍ ମଧ୍ୟରୁ କିଏ ଜିତିବ ସେନେଇ ପୂର୍ବତନ କ୍ରିକେଟରମାନେ ଭବିଷ୍ୟବାଣୀ କରିବାରେ ଲାଗିଛନ୍ତି । ପୂର୍ବତନ କ୍ରିକେଟର ଯୋଗରାଜ ସିଂହ ମଧ୍ୟ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ ‘ଯଦି ପଞ୍ଜାବ କିଙ୍ଗସ୍‍ ବୋଲରମାନେ ବିରାଟ କୋହଲିଙ୍କୁ ଶୀଘ୍ର ଆଉଟ୍‍ କରିପାରିବେ ନାହିଁ, ତେବେ ସେମାନେ ଅସୁବିଧାରେ ପଡିବେ । ଶୀଘ୍ର କୋହଲି ଆଉଟ ନହେଲେ ସେମାନେ ସହଜରେ ୨୦୦ ରନ ପାର କରିଯିବେ । ଯଦି ବିରାଟ ୧୦ଓଭର ମଧ୍ୟରେ ଆଉଟ ହୁଅନ୍ତି ତେବେ ମୁଁ ଭାବୁଛି ପଞ୍ଜାବ ଜିତିଯିବ ।

- Advertisement -

ସେହିପରି ପଞ୍ଜାବ ଟିମ୍‍ ବିଷୟରେ ସେ କହିଛନ୍ତି ଯେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ୍‍ ଆୟର ଜଣେ ଚମକ୍ରାର ଖେଳାଳୀ । ଆରସିବି ପାଖରେ ବିରାଟ ଥିବା ବେଳେ ପଞ୍ଜାବ ପାଖରେ ଶ୍ରେୟସ ଆୟରଙ୍କ ଭଳି ଖେଳାଳୀ ଦମଦାର ପ୍ରଦର୍ଶନ କରି ସଭିଁଙ୍କୁ ଚକିତ କରିଛନ୍ତି । ଶ୍ରେୟସ ଆୟର ମଧ୍ୟ ଯେକୌଣସି ପରିସ୍ଥିତିରେ ପଞ୍ଜାବ ପାଇଁ ଟାଇଟଲ ଜିତିପାରିବେ ।
ଚଳିତ ଆଇପିଏଲରେ ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ପାଇଁ ବହୁଲ ଭଲ ରହିଛି । ବିରାଟ କୋହଲି ଏପର୍ଯ୍ୟନ୍ତ ଆଇପିଏଲ ୨୦୨୫ରେ ୧୪୬.୫୩ ଷ୍ଟ୍ରାଇକ ରେଟରେ ୬୧୪ରନ କରିଛନ୍ତି । ଯେଉଁଥିରେ ୮ଟି ଅର୍ଦ୍ଧଶତକ ରହିଛି । ତଥାପି ପୂର୍ବ ମ୍ୟାଚରେ କୋହଲି ପଞ୍ଜାବ ବିପକ୍ଷରେ ଶୀଘ୍ର ଆଉଟ୍‍ ହୋଇଥିଲେ । ଅନ୍ୟପଟେ ଶ୍ରେୟସ ଆୟର ଏହି ସିଜିନରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଆଇପିଏଲ ୨୦୨୫ରେ ୧୬ଟି ମ୍ୟାଚରେ ଆୟର ୧୭୫.୮୦ ଷ୍ଟ୍ରାଇକ୍‍ ରେଟ୍‍ ରେ ୬୦୩ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୬ଟି ଅର୍ଦ୍ଧଶତକ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories