www.samajalive.in
Saturday, December 6, 2025
23.1 C
Bhubaneswar

ରୋହିତଙ୍କ ଶତକ ପଡିଲା ଫିକା: ଚେନ୍ନାଇଠାରୁ ହାରିଲା ମୁମ୍ବଇ

ମୁମ୍ବଇ: ୱାଙ୍ଖେଡେ ଷ୍ଟାଡିୟମରେ ହାରିଲା ମୁମ୍ବଇ ଇଣ୍ଡିଆନ୍ସ। ଫଳରେ ହିଟ୍‌‌ ମ୍ୟାନ ରୋହିତ ଶର୍ମାଙ୍କ ଧୁଆଁଦାର ଶତକ ଫିକା ପଡିଛି। ଘରୋଇ ପଡିଆରେ ଚେନ୍ନାଇ ସୁପର କିଙ୍ଗସ୍‌‌ ଠାରୁ ୨୦ ରନରେ ହାରିଛି ମୁମ୍ବଇ ଇଣ୍ଡିଆନ୍ସ। ୨୦ ଓଭରରେ ଚେନ୍ନାଇର ୨୦୬ ରନକୁ ଟାର୍ଗେଟ କରି ୧୮୬ ରନରେ ସୀମିତ ରହିଥିଲା ମୁମ୍ବଇ। ପ୍ରଥମେ ଟସ୍‌‌ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଦେଇଥିଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା। ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଏକୱାଡ ୪୦ ବଲରେ ୬୯ ରନ୍‌‌, ଶିବଦ ଦୁବେ ୩୮ବଲରେ ୬୬ରନ ରଚିନ ରବିନ୍ଦ୍ର ୧୬ବଲରେ ୨୧ ରନ କରିଥିଲେ। ଶେଷ ଓଭରରେ ମହେନ୍ଦ୍ର ସିଂ ଧୋନି କମାଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରର ବୋଲିଂରେ ୪ଟି ବଲରୁ ହାଟ୍ରିକ୍‌‌ ୩ଟି ଛକା ଓ ୨ ରନ ସହ ୨୦ ରନ୍‌‌ ସଂଗ୍ରହ କରିଥିଲେ ଧୋନି। ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ଏହି ୨୦ ରନ ହିଁ ମୁମ୍ବଇ ପାଇଁ ଭାରି ପଡିଥିଲା। ଅପରାଜିତ ରହି ରୋହିତ ଶର୍ମା ୧୦୫ ରନ କରିଥିଲେ ମଧ୍ୟ ଦଳକୁ ୨୦ରନରେ ପରାଜିତ ହେବାକୁ ପଡିଥିଲା। ରୋହିତଙ୍କ ବ୍ୟତୀତ ଇଶାନ କିଶାନ ୨୩ ରନ୍‌‌, ତିଲକ ଶର୍ମା ୩୧ ରନ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ସେପଟେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଳେଜର୍ସ ବାଙ୍ଗାଲୁରୁ।

- Advertisement -

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories