www.samajalive.in
Sunday, December 7, 2025
16.1 C
Bhubaneswar

ଶେଷ ମ୍ୟାଚ୍‌ ଜିତି ପଞ୍ଜାବକୁ ବିଦାକଲା ସିଏସ୍‌କେ

ଆବୁଧାବି : ଚଳିତ ଆଇପିଏଲ୍‌​‌େ​‌ର ତା’ର ୧୪ଶ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ସହଜ ବିଜୟ ହାସଲ କରିଛି। ରବିବାର ପ୍ରଥମ ମ୍ୟାଚ୍‌ରେ ଲୁଙ୍ଗି ଏନ୍‌ଗିଡ଼ିଙ୍କ ବୋଲିଂ ସଫଳତା ବଳରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୯ ୱିକେଟରେ ସିଏସ୍‌କେ ପରାସ୍ତ କରିଛି। ଦୀପକ ହୁଡାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ ୬ ୱିକେଟରେ ୧୫୩ ରନ୍ କରିଥିଲା। ପରେ ଋତୁରାଜ ଗାଏକ୍‌ୱାଡଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ଷ୍ଟ୍ରୋକ୍‌ପୂର୍ଣ୍ଣ ଇନିଂସ ବଳରେ ୧୮.୫ ଓଭରରେ ୧ ୱିକେଟ ହରାଇ ସିଏସ୍‌କେ ଜିତିଥିଲା। ପୂର୍ବରୁ ପ୍ଲେଅଫ୍‌ରୁ ବାଦ୍ ପଡ଼ି ସାରିଥିବା ସିଏସ୍‌କେ ବିଜୟ ସହ ଅଭିଯାନ ଶେଷକରିଛି। ୧୪ଟି ମ୍ୟାଚ୍‌ରେ ସିଏସ୍‌କେ ୬ଷ୍ଠ ବିଜୟ ହାସଲକରି ୧୨ ପଏଣ୍ଟ ସହ ବିଦାୟ ନେଇଛି। ତେବେ ସିଏସ୍‌କେର ଏହି ବିଜୟ କିଙ୍ଗ୍‌ସ ଏକାଦଶ ପଞ୍ଜାବର ପ୍ଲେଅଫ୍ ରାସ୍ତା ବନ୍ଦ କରିଦେଇଛି। ଏହି ମ୍ୟାଚ୍‌ ଜିତିଥିଲେ ପଞ୍ଜାବ ପ୍ଲେଅଫ୍ ଦୌଡ଼ରେ ରହିଥାଆନ୍ତା। ୧୪ଟି ମ୍ୟାଚ୍‌ରେ ୮ମ ପରାଜୟ ପରେ ପଞ୍ଜାବ ୧୨ ପଏଣ୍ଟ ସହ ବିଦାୟ ନେଇଛି।

ଚେନ୍ନଇ ସୁପର କିଙ୍ଗ୍‌ସ ଟସ୍ ଜିତି ଫିଲ୍‌ଡିଂ କରିଥିଲା। କିଙ୍ଗ୍‌ସ ଏକାଦଶ ପଞ୍ଜାବର ଦୁଇ ଓପ୍‌ନର ଅଧିନାୟକ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ଓପ୍‌ନିଂ ଯୋଡ଼ି ୪୮ ରନ୍ କରିଥିଲେ। ତେବେ ମଧ୍ୟକ୍ରମ ବିଫଳ ହୋଇଥିଲା। ଦୀପକ ହୁଡା ଲଢ଼ୁଆ ଇନିଂସ ଖେଳି ପଞ୍ଜାବକୁ ଦେଢ଼ଶହ ରନ୍ ପାର୍ କରାଇଥିଲେ। ୬ଷ୍ଠ ଓଭର ପରେ ପରବର୍ତ୍ତୀ ବାଉଣ୍ଡରୀ ୧୪ଶ ଓଭରରେ ଆସିଥିଲା। ମୟଙ୍କ ଅଗ୍ରୱାଲ ଆକ୍ରମଣାତ୍ମକ ବ୍ୟାଟିଂକରି ୧୫ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍ କରିଥିଲେ। କେ.ଏଲ୍‌. ରାହୁଲ ୨୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୯ ରନ୍‌କରି ବିଦାୟ ନେଇଥିଲେ। କ୍ରିସ୍ ଗେଲ୍‌ ୧୯ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ହେଁ ୧୨ ରନ୍ ମାତ୍ର କରି ପାରିଥିଲେ। ନିକୋଲାସ୍ ପୁରନ୍ ୨ ରନ୍ କରିଥିଲେ। ପରେ ଦୀପକ ହୁଡା ଏକା ଇନିଂସ ସମ୍ଭାଳିଥିଲେ। ହୁଡାଙ୍କ ଯୋଗୁଁ ହିଁ ଶେଷ ୫ ଓଭରରୁ ପଞ୍ଜାବ ୪୮ ରନ୍ କରି ପାରିଥିଲା। ଆକ୍ରମଣାତ୍ମକ ଇନିଂସ ଖେଳି ଦୀପକ ହୁଡା ୩୦ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୬୨ ରନ୍‌କରି ଅପରାଜିତ ରହିଥିଲେ। ଲୁଙ୍ଗି ଏନ୍‌ଗିଡି ୩ଟି ୱିକେଟ ପାଇଥିଲେ।

- Advertisement -

ଚେନ୍ନଇ ସୁପର କିଙ୍ଗ୍‌ସ ଦୃଢ଼ତାର ସହ ୧୫୪ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଫାଫ୍ ଡୁ ପ୍ଲେସି ଚମତ୍କାର ବ୍ୟାଟିଂ କରିଥିବା ବେଳେ ଯୁବ ବ୍ୟାଟ୍‌ସମ୍ୟାନ୍ ଋତୁରାଜ ଗାଏକ୍‌ୱାଡ୍‌ ସେଟ୍‌ ହେବା ପରେ ଭଲ ବ୍ୟାଟିଂ କରିଥିଲେ। ଦୁହେଁ ୧୦ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାରୁ ଏହି ‘କର ବା ମର’ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମ୍ୟାଚ୍‌କୁ ଫେରି ପାରିନଥିଲା। ଓପ୍‌ନିଂ ଯୋଡ଼ିରେ ୮୨ ରନ୍ ହୋଇଥିଲା। ଡୁ ପ୍ଲେସି ୩୪ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୮ ରନ୍ କରିଥିଲେ। ପରେ ସିଏସ୍‌କେର ଋତୁରାଜ ଓ ଅମ୍ବତି ରାୟୁଡୁ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୩ୟ ୱିକେଟ ପାଇଁ ୭୨ ରନ୍ ଯୋଗ କରିଥିଲେ। ରାୟୁଡୁ ୩୦ ବଲ୍‌ରୁ ୨ଟି ଚୌକା ସ ହ ୩୦ ରନ୍‌କରି ଅପରାଜିତ ଥିଲେ। କ୍ରମାଗତ ୩ୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଋତୁରାଜ ୪୯ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ। ଋତୁରାଜ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories