www.samajalive.in
Monday, December 15, 2025
14.1 C
Bhubaneswar

ଆଇପିଏଲ୍ – ୨୦୧୮ : ଚେନ୍ନଇ-କଲକାତା ମଧ୍ୟରେ ମୁକାବିଲା

କଲକାତା : ଆଇପିଏଲ୍ କ୍ରିକେଟ – ୨୦୧୮ରେ  ଆଜି ରାତି ୮ଟାରେ କଲକାତାରେ ଚେନ୍ନଇ ସୁପର କିଙ୍ଗସ ଏବଂ କଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ବର୍ତ୍ତମାନ ଚେନ୍ନଇ ସୁପର କିଙ୍ଗସ ୮ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ସେହିପରି  କଲକାତା ନାଇଟ ରାଇଡର୍ସ ୮ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୪ଟି ପରାଜୟ ସହିତ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଆଇପିଏଲର ଚଳିତ ସଂସ୍କରଣ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଗତଥରର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‍ସ ୮ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହିତ ୪ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲସ ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି। ତେବେ ସନ୍‍ରାଇଜର୍ସ ହାଇଦରାବାଦ ଦ୍ବିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ହାଇଦରାବାଦ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହିତ ୧୦ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛି। ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ଡେୟାର ଡେଭିଲସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି ।

- Advertisement -

ତେବେ ବୁଧବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ ଡେୟାର ଡେଭିଲସ ୪ ରନରେ ରାଜସ୍ଥାନ ରୟାଲସକୁ ପରାସ୍ତ କରିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories