www.samajalive.in
Sunday, December 14, 2025
17.1 C
Bhubaneswar

ମମତାଙ୍କୁ ଆକ୍ରମଣ ଅଭିଯୋଗର ତଦନ୍ତ ଆରମ୍ଭ; ଘଟଣାସ୍ଥଳରେ ପହଞ୍ଚିଲେ ଜିଲାପାଳ, ଏସପି

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଗତ ବୁଧବାର ନନ୍ଦୀଗ୍ରାମରେ ହୋଇଥିବା ଆକ୍ରମଣ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ପୂର୍ବ ମେଦିନୀପୁରର ଜିଲାପାଳ ବିଭୂ ଗୋୟଲ ଏବଂ ଏସପି ପ୍ରବୀଣ ପ୍ରକାଶ ନନ୍ଦୀଗ୍ରାମର ବୁରୁଲିଆରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହି ସ୍ଥାନରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଛି।

ସୂଚନାଯୋଗ୍ୟ, ମମତା ଗତକାଲି ବୁରୁଲିଆରେ ଏକ ମନ୍ଦିରରେ ଦର୍ଶନ ସାରି ଫେରୁଥିଲେ। ସେ ତାଙ୍କ କାର୍‌ ଭିତରକୁ ଯିବା ସମୟରେ କେହି ତାଙ୍କୁ ଠେଲିଦେବା ସହିତ ତାଙ୍କ ଗୋଡ଼କୁ କାର୍‌ ଡୋରରେ ଚାପି ଦେଇଥିବା ମମତା ଅଭିଯୋଗ କରିଥିଲେ। ୩/୪ ଜଣ ବ୍ୟକ୍ତି ଏଭଳି କରିଥିବା ସେ ଅଭିଯୋଗ କରିଥିଲେ। ଘଟଣା ପରେ ମମତାଙ୍କୁ ସେଠାରୁ ହସ୍ପିଟାଲକୁ ନିଆଯାଇଥିଲା। ମମତାଙ୍କ ଗୋଡ଼ ପ୍ଲାଷ୍ଟର କରାଯାଇଥିବାବେଳେ ସେ ଏବେ ଚିକିତ୍ସାଧୀନ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories