www.samajalive.in
Friday, December 12, 2025
16.1 C
Bhubaneswar

ଛାତ୍ରଙ୍କୁ ତାଲା ପକାଇ ହରଡ଼ଘଣାରେ ଶିକ୍ଷୟିତ୍ରୀ

ବାଲେଶ୍ୱର : ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଯିବା ଘଟଣାରେ ଗୁରୁବାର ତଦନ୍ତ ଆରମ୍ଭ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦିଆଯିବା ପରେ ସିଆରସିସିଙ୍କ ନେତୃତ୍ବରେ ଗଠିତ ଏକ ଟିମ୍‌ ସେହି ସ୍କୁଲକୁ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜେରା କରିବା ସହ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ପ୍ରମୋଦ ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପିଲାଟି ଶୌଚାଳୟକୁ ଯାଇଥିଲା। ପିଲାଟି ଶୌଚାଳୟରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା। ଶିକ୍ଷକ ଓ ପିଅନ ଗେଟରେ ତାଲା ପକାଇ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ପିଲାଟି ଶୌଚାଳୟରୁ ଫେରି ସ୍କୁଲ ଗେଟରେ ତାଲା ପଡ଼ିଥିବା ଦେଖିଥିଲା। ଏହାପରେ ସେ କିଛି ଉପାୟ ନ ପାଇ ବଡ଼ ଜୋରରେ କାନ୍ଦିଥିଲା। ପିଲାର କାନ୍ଦଣା ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ପିଅନକୁ ଡକାଇ ଗେଟର ତାଲା ଖୋଲି ତାକୁ ଉଦ୍ଧାର କରିଥିଲେ।
ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଫେଇ ଦେଇ କହିଛନ୍ତି, ‘‘ସ୍କୁଲଟି ରାସ୍ତା କଡ଼ରେ ହୋଇଥିବାରୁ ଅଭିଭାବକ ଆସିଲେ ଆମେ ପିଲାଙ୍କୁ ଛାଡ଼ୁ। ପ୍ରତିଦିନ ଜଣେ, ଦୁଇ ଜଣ ପିଲାଙ୍କୁ ସ୍କୁଲରେ ତାଲା ପକାଇ ରଖୁ। ଯେଉଁଦିନ ଅଭିଭାବକ ନ ଆସିଥାନ୍ତି, ଆମେ ସେଦିନ ପିଲାଙ୍କୁ ଏମିତି ତାଲା ପକାଇ ରଖୁ ଓ ବାହାରେ ଜଗୁ। ଚାବି ପକାଇବା ବିଷୟରେ ଆମେ ଅବଗତ ଥିଲୁ’’।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories