www.samajalive.in
Saturday, December 13, 2025
26.1 C
Bhubaneswar

ଆଶ୍ଚର୍ଯ୍ୟ ! ଭୂମିତଳେ ଗାଁ, ରହିଛି ୧୫ ଶହ ଘର

ଦିଲ୍ଲୀର କନ୍ନାଟ ପ୍ଲେସ୍‌ ସ୍ଥିତ ପାଲିକା ବଜାର ବିଷୟରେ ଆପଣାମନେ ଶୁଣିଥିବେ। ସେଠାରେ ଥିବା ବଜାର ସମ୍ପୂର୍ଣ୍ଣ ଭାବେ ଅଣ୍ଡରଗ୍ରାଉଣ୍ଡରେ ଅର୍ଥାତ୍ ମାଟି ତଳେ ରହିଛି । ଏଠାରେ ତ କେବଳ ବଜାର ମାଟି ତଳେ ରହିଛି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏଭଳି ଏକ ଗାଁ ରହିଛି ଯାହା ସମ୍ପୂର୍ଣ୍ଣ ଭାବେ ମାଟି ତଳେ ରହିଛି ।

ସେହି ନିଆରା ଗାଁର ନାମ ହେଉଛି କୁବର ପେଡୀ । ଯାହା ଦକ୍ଷିଣ ଅଷ୍ଟ୍ରେଲିୟାରେ ରହିଛି । ଏହି ଗାଁର ବିଶେଷତ୍ବ ହେଲା ପ୍ରାୟ ସବୁ ଲୋକ ମାଟି ତଳେ ଘର କରି ରହିଥାଆନ୍ତି । ଯଦିଓ ଏସବୁ ଘର ବାହାରକୁ ଦେଖିବା ପାଇଁ ଅତି ସାଧାରଣ ଲାଗେ, କିନ୍ତୁ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା କୌଣସି ପଞ୍ଚ ତାରକା ହୋଟେଲ ଠାରୁ କମ୍ ନୁହେଁ ।

- Advertisement -

ପ୍ରକୃତରେ ଏହି ଅଞ୍ଚଳରେ ଓପଲ ବା ଗୋଦନ୍ତମଣିର ଅନେକ ଖଣି ରହିଛି । ଓପଲ ହେଉଛି ଉଭାସିତ ହୋଇଥିବା ଧଳା ବା ନୀଳ ରଙ୍ଗର ମୂଲ୍ୟବାନ୍ ପଥର । କୁବର ପେଡୀକୁ ବିଶ୍ବର ଓପୋଲ ରାଜଧାନୀ କୁହାଯାଏ । କାରଣ ଏଠାରେ ବିଶ୍ବର ସବୁଠାରୁ ଅଧିକ ଓପଲ ଖଣି ରହିଛି । ଏଠାକାର ଲୋକ ଖାଲି ଓପଲ ଖଣିରେ ରହିଥାଆନ୍ତି । ଅର୍ଥାତ୍ ଖଣି ଖନନ ପରେ ସହି ଗୁମ୍ପା ମଧ୍ୟରେ ଲୋକମାନେ ଘର କରି ରହିଥାଆନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ୧୯୧୫ରେ କୁବର ପେଡୀରେ ଖଣି ଖନନ ଆରମ୍ଭ ହୋଇଥିଲା। ଏହା ଏକ ମରୁଭୂମି ଅଞ୍ଚଳ ହୋଇଥିବାରୁ ଗ୍ରୀଷ୍ମରେ ତାପମାତ୍ରା ଅଧିକ ଏବଂ ଶୀତରେ ତାପମାତ୍ରା ବହୁତ କମ୍ ରହିଥାଏ । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟଲୋକେ ଖଣି ଖନନ ପରେ ସେହି ଗୁମ୍ପାକୁ ବସବାସ ପାଇଁ ବ୍ୟବହାର କରନ୍ତି ।

କୁବର ପେଡିର ଏହି ଅଣ୍ଡରଗ୍ରାଉଣ୍ଡ ଘରେ ଗ୍ରୀଷ୍ମରେ ଏସି ଏବଂ ଶୀତରେ ହିଟରର ଆବଶ୍ୟକତା ପଡେ ନାହିଁ । ବର୍ତ୍ତମାନ ଏଠାରେ ୧୫ ଶହରୁ ଅଧିକ ଘର ରହିଛି । ମାଟି ତଳେ ଥିବା ଏହି ଘରଗୁଡିକ ସୁସଜ୍ଜିତ ହୋଇଥାଏ । ଏଠାରେ ଅନେକ ହଲିଉଡ୍‌ ପିଲ୍ମର ମଧ୍ୟ ଶୁଟିଂ ହୋଇଛି । ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ‘ପିଚ ବ୍ଲାକ୍’ ଫିଲ୍ମର ଶୁଟିଂ ପରେ ବ୍ୟବହାର ହୋଇଥିବା ମହାକାଶଯାନକୁ ପ୍ରଯୋଜକ ସଂସ୍ଥା ପକ୍ଷରୁ ସେଠାରେ ଛାଡି ଦିଆଯାଇଥିଲା। ଯାହା ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories