www.samajalive.in
Friday, December 12, 2025
14.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ଲିଙ୍ଗ ସମାନତା ଏବଂ ନ୍ୟାୟ ସ୍ଥାପନାରେ ତ୍ୱରିତ କାର୍ଯ୍ୟ ଓ ପ୍ରୟାସ’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦ୍‌‌ଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ନବନୀତା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ମହିଳାଙ୍କ ସମାନତା ଓ ମହିଳାଙ୍କୁ ନ୍ୟାୟ ମିଳିବା ଉପରେ ବକ୍ତବ୍ୟ ରଖିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ଅଧ୍ୟୟନ କେନ୍ଦ୍ର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା ସ୍ୱାଗତ ଭାଷଣ ପ୍ରଦାନ ସହିତ ଆନ୍ତର୍ଜାତିକ ମହିଳା ଦିବସର ଶୀର୍ଷକ ‘ଲିଙ୍ଗ ସମାନତା ଏବଂ ନ୍ୟାୟ ସ୍ଥାପନାରେ ତ୍ୱରିତ କାର୍ଯ୍ୟ ଓ ପ୍ରୟାସ’ ଆଲୋକପାତ କରିଥିଲେ। କଲକାତା ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର କୌଶିକୀ ଦାସଗୁପ୍ତା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶିକା ଉର୍ମିମାଳା ଦାସ, ଆକ୍ସନଏଡ୍‌‌ ଅନୁଷ୍ଠାନର ଘାସିରାମ ପଣ୍ଡା, ଆଇନ ବିଶାରଦ ମାନସୀ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମହିଳା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ମହିଳା ଅଧ୍ୟୟନ କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ନାଟକ ପ୍ରଦର୍ଶିତ ହୋଇଥିଲା। ବିଭନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ସ୍ନିଗ୍ଧାରାଣୀ ବେହେରା, ଅନୀତା ପାଣ୍ଡୋ, ଅମିସା ଦଳାଇ, ପ୍ରଜ୍ଞାଞ୍ଜଳି ବାରିକ, ପ୍ରଶାନ୍ତ କୁମାର ପଟ୍ଟାନୟକ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories