www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବର ସବୁଠୁ ଦାମୀ ଚା’: ଏହି ଅର୍ଥରେ କିଣି ପାରିବେ ରୋଲ୍ସ ରୟସ୍ କାର୍ ଓ ୧୦ଟି ଫ୍ଲାଟ୍

ବିଶ୍ବର ସବୁଠାରୁ ସ୍ବାଦିଷ୍ଟ ପାନୀୟ ମଧ୍ୟରୁ ଚା’ ଅନ୍ୟତମ। ଅତିଥି ଚର୍ଚ୍ଚା ହେଉ ଅବା ସାଙ୍ଗସାଥୀ ମେଳରେ ଗପସପ ହେଉ, ଚା’ ବିନା ଏସବୁ ଅଧୁରା ଲାଗେ। ସାଧାରଣତଃ ଲୋକେ ଗୋଟିଏ ବା​‌ ଦୁଇଟି ଆସ୍ବାଦ(Flavor)ର ଚା’ ପିଇଥାନ୍ତି। କିନ୍ତୁ ଚା’ର ଅନେକ ଆସ୍ବାଦ(Flavor) ରହିଛି। ସେଥିମଧ୍ୟରୁ କିଛି ଚା’ ବଶ୍ବର ସବୁଠୁ ଦାମୀ ବା ମହଙ୍ଗା ତାଲିକାରେ ସ୍ଥାନ ପାଇଛି। ଯାହାର ଦାମ ୧୦ଟି ଫ୍ଲାଟ୍ ସହ ସମାନ। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ ଚା’ ବିଷୟରେ ……

ଡା ହଙ୍ଗ ପାଓ ଟି (Da hong pao tea): ଟି ବ୍ଲୁମ(T-Bloom)ର ରିପୋର୍ଟ ଅନୁଯାୟୀ ଚୀନରେ ୱୁଇସନ(Wuisen) ଅଞ୍ଚଳରେ ଏକ ବିଶେଷ ପ୍ରକାରର ଚା’ ମିଳେ। ଏହାକୁ ଡା ହଙ୍ଗ ପାଓ ଟି (Da hong pao tea) ନାମରେ ଜଣାଯାଏ। ଏହା କୌଣସି ସଞ୍ଜିବନୀ ବୁଟି ଠାରୁ କମ୍‌ ନୁହେଁ। ଏହି ଚା’କୁ ପିଇବା ଦ୍ବାରା ଅନେକ ବଡ ରୋଗରୁ ମୁକ୍ତି ମିଳିଥାଏ। ଏହି କାରଣରୁ ଏହି ଚା’ର ଦାମ୍‌ ସାଢେ ୮ କୋଟି ଟଙ୍କା।

- Advertisement -

ଯଦି ହିସାବ କରାଯାଏ, ତେବେ ଏହି ଚା’ର ଦାମ୍ ବିଶ୍ବର ସର୍ବଶ୍ରେଷ୍ଠ ବିଳାସପୂର୍ଣ୍ଣ କାର ରୋଲ୍ସ ରୟସ୍ ର ବେଷ୍ଟ ମଡେଲରୁ ମଧ୍ୟ ଅଧିକ। କେବଳ ସେତିକି ନୁହେଁ, ଏହି ଅର୍ଥରେ ଆପଣ ଦିଲ୍ଲୀ-ଏନସିଆର ଭଳି ଅଞ୍ଚଳରେ ୫୦ ଲକ୍ଷ ଟଙ୍କାର ୧୦ଟି ଫ୍ଲାଟ୍ ମଧ୍ୟ କିଣି ପାରିବେ।

ଟାଇଗୁଆନିନ୍ ଚା’ (Taiguanin Tea): ଓଲଙ୍ଗ ଚା’ ଭଳି ଦେଖିବାକୁ ଏହି ଚା’ ର ନାମ ବୌଦ୍ଧ ଗୁରୁ ଟାଇଗୁଆନିନ୍ ଙ୍କ ନାମ ଅନୁସାରେ ରଖାଯାଇଛି। ଏହି ଚା’ ଦୁନିଆର ସବୁଠାରୁ ଦାମୀ ବା ମହଙ୍ଗା ଚା’ ମଧ୍ୟରୁ ଗୋଟିଏ। ବ୍ଲାକ୍ ଓ ଗ୍ରୀନ୍‌ ଟି ମିଶ୍ରଣରୁ ପ୍ରସ୍ତୁତ ହୋଇଥିବା ଚା’ର ସ୍ବାଦ ଅନୂନ୍ୟ। ଏହା ଚା’ ଫୁଟିବା ପରେ ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଏହାର ସ୍ବତନ୍ତ୍ରତା ହେଲା, ଏହି ଚା’ ପତିକୁ ଥରେ ବା ଦୁଇ ଥର ନୁହେଁ ୭ଥର ପ୍ରସ୍ତୁତ କରିବା ପରେ ମଧ୍ୟ ତାହାର ସ୍ବାଦରେ କୌଣସି ପରିବର୍ତ୍ତନ ହୋଇନଥାଏ। କିଲୋ ପ୍ରତି ଏହି ଚା’ର ଦାମ ୨୧ ଲକ୍ଷ ଟଙ୍କା।

ପାଣ୍ଡା ଡଙ୍ଗ ଟି(Panda Dung Tea): ଏହି ଚା’ ମଧ୍ୟ ବିଶ୍ବର ସବୁଠାରୁ ମହଙ୍ଗା ଚା’ ତାଲିକାରେ ରହିଛି। ଏହି ପତିରୁ ପ୍ରସ୍ତୁତ ହୋଇଥିବା ଏକ କପ୍ ଚା’ର ଦାମ ୧୪ ହଜାର ଟଙ୍କା। ଏହି ଚା’ ପତି ଚାଷ ପାଇଁ ଯେଉଁ ଖତର ବ୍ୟବହାର କରାଯାଏ ସେଥିରେ ପାଣ୍ଡାର ମଳ ରହିଥାଏ। ପାଣ୍ଡାମାନେ କେବଳ ବାଉଁଶ ଖାଇଥାନ୍ତି। ତେଣୁ ତାଙ୍କ ମଳରେ ୩୦% ନ୍ୟୁଟ୍ରିସନ୍ ରହିଥାଏ। ବାକି ୭୦% ଅନ୍ୟ ଖତ ମାଧ୍ୟମରେ ଏହି ଚା’ର ପତିକୁ ଚାଷ କରାଯାଏ।

ପିଜି ଟିପ୍ସ ଡାଇମଣ୍ଡ ଟି(PG Tips Diamond Tea): ବ୍ରିଟିଶ ଟି କମ୍ପାନୀର ପ୍ରତିଷ୍ଠାତାଙ୍କ ୭୫ତମ ଜନ୍ମଦିବସ ଉପଲକ୍ଷେ ଏହି ଟି ବ୍ୟାଗ୍ କୁ ପ୍ରସ୍ତୁତ କରାଯାଇଥିଲା। ୨୮୦ ଖଣ୍ଡ ହୀରାରେ ଏହି ବ୍ୟାଗକୁ ପ୍ରସ୍ତୁତ କରାଯାଇଥିଲା। ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ମାସ ସମୟ ଲାଗିଥିଲା। ଏହି ଚା’ର କିଲୋ ପ୍ରତି ଦାମ୍ ୯ ଲକ୍ଷ ଟଙ୍କା।

ଭିନ୍‌ଟେଜ୍‌ ନର୍କିସସ୍: ଏହି ଚା’ ସହ ଜଡିତ ଅନେକ କାହାଣୀ ରହିଛି। ଏହି ଚା’ର ପୃଷ୍ଠଭୂମି ହେଉଛି ଚୀନ। ବର୍ତ୍ତମାନ ଏହି ଚା’ ପ୍ରସ୍ତୁତ କରିବାର ଉଦ୍ୟାନ ବା କ୍ଷେତ ନଷ୍ଟ ହୋଇଯାଇଛି। ଶେଷ ଥର ପାଇଁ ଏହି ଚା’ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

ୟଲୋ ଗୋଲ୍ଡ ବଡ୍ସ: ସିଙ୍ଗାପୁରରେ ଉତ୍ପାଦନ ହେଉଥିବା ଚା’ ପତିର ରଙ୍ଗ ହଳଦିଆ ହୋଇଥାଏ। ଚା’ ପ୍ରସ୍ତୁତ ହେବା ପରେ ଏହାର ରଙ୍ଗ ସୁନେଲି ଦେଖାଯାଏ। ବର୍ଷକୁ ଥରେ ଏହି ଚା’ ପତିର ଉତ୍ପାଦନ ହୋଇଥାଏ। ଏହାର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି।

ପୁ ପୁ ପୁ ଏର: ଏହି ଚା’କୁ ପ୍ରସ୍ତୁତ କରିବା ପାଇଁ ପତ୍ର ନୁହେଁ ବରଂ ଏକ ପ୍ରକାର ପଶୁଙ୍କ ମଳ ବ୍ୟବହାର କରାଯାଏ। ତାଇୱାନର ଚାଷୀ ଏକ ପ୍ରକାର ପଶୁଙ୍କ ମଳ ସଂଗ୍ରହ କରି ଏହି ଚା’ ପ୍ରସ୍ତୁତ କରିଥାନ୍ତି। ଚୀନରେ ଏହି ଚା’ ପତି କିଲୋ ପିଛା ୭୦ ହଜାର ଟଙ୍କାରେ ବିକ୍ରି ହୁଏ।

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories